କୃତ୍ରିମ ଉପାୟରେ ଅଣ୍ଡା ଫୁଟି ବାହାରିଛି ୬୬ଟି ସାପ ଛୁଆ, ସଫଳ ପ୍ରୟାସ କହିଲେ ଶୁଭେନ୍ଦୁ ମଲ୍ଲିକ

0

ବ୍ରହ୍ମଗିରି: କୃତ୍ରିମ ଉପାୟରେ ଅଣ୍ଡାରୁ ବାହାରିଲେ ସାପ ଛୁଆ । ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରୁ ଉଦ୍ଧାର ସାପ ଅଣ୍ଡାରୁ ବାହାରିଛନ୍ତି କୁନି କୁନି ଛୁଆ । ୭୨ଟି ଅଣ୍ଡାରୁ ୬୬ଟି ଛୁଆ ବାହାରିଥିବା ଜଣାପଡିଛି । ସମସ୍ତ ସାପ ଶିଶୁମାନଙ୍କୁ ବ୍ରହ୍ମଗିରି ରେଞ୍ଜ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇ ଜଙ୍ଗଲ ଅଧିକାରୀଙ୍କ ଉପସ୍ଥିତିରେ ଛଡାଯାଇଛି ।

 

ସୂଚନା ଅନୁସାରେ, ଗତମାସ ୧୪ ତାରିଖରେ ଏକ ବିରାଟ ଦଣ୍ଡ ପ୍ରଜାତିର ସାପ ଉଦ୍ଧାର କରିଥିଲା ବନ ବିଭାଗ । ମାଆ ସାପଟିକୁ ଜଙ୍ଗଲରେ ଛଡାଯାଇଥିବା ବେଳେ ତାର ଅଣ୍ଡାକୁ କୃତ୍ରିମ ଉପାୟରେ ସଂଗ୍ରକ୍ଷଣ କରି ସେଥିରୁ ଛୁଆ ବାହାର କରାଯାଇଛି । କୃତ୍ରିମ ଉପୟରେ ଅଣ୍ଡାରୁ ଏତେ ସଂକ୍ଷକ ଛୁଆ ଜନ୍ମ ହେବା ସଫଳ ପ୍ରୟାସ ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନ୍ ର ରାଜ୍ୟ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ । ଏଥିପାଇଁ ବନ ବିଭାଗ ସାହାଯ୍ୟ କରିଥିବା କହିଛନ୍ତି ଶୁଭେନ୍ଦୁ ।

Leave A Reply

Your email address will not be published.