GST ବକେୟା ପ୍ରସଙ୍ଗ ଉପରେ ଆଲୋଚନା : ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା
ନୂଆଦିଲ୍ଲୀ(୫/୮): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି। ଟିଏମସି ସୁପ୍ରିମୋ ସଂପ୍ରତି ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଆସିଛନ୍ତି। ସାକ୍ଷାତ ସମୟରେ ମମତା ପ୍ରଧାନମନ୍ତ୍ରୀଙ୍କ ସହ ଜିଏସଟି ବକେୟା ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ମମତାଙ୍କ ପ୍ରଧାନମନ୍ତ୍ରୀଙ୍କ ସହ ଭେଟ ଏମିତି ସମୟରେ ହୋଇଛି, ଯେଉଁ ସମୟରେ ମମତା ସରକାରଙ୍କ ବରିଷ୍ଠ ନେତା ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ କରାଯାଇଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ଜିଏସଟି ବକେୟା ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଶୀଘ୍ର ପୈଠ କରୁ ବୋଲି ଦାବି କରିଛନ୍ତି। ଏହା ବାଦ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଛି।
ଦିଲ୍ଲୀ ଗସ୍ତରେ ସେ ନୀତି ଆୟୋଗ ବୈଠକରେ ଯୋଗ ଦେବେ। ବୈଠକ ଅଗଷ୍ଟ ୭ରେ ହେବାର ସମ୍ଭାବନା ରହିଛି। ଗତ ବର୍ଷ ଆୟୋଜିତ ବୈଠକରେ ମମତା ଭାଗ ନେଇନଥିଲେ। ଚଳିତ ଥର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ।
ଗତକାଲି ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ନିଜ ପାର୍ଟିର ସାଂସଦଙ୍କୁ ଭେଟିଥିଲେ। ଏହି ସମୟରେ ସଂସଦରେ ଜାରି ମୌସୁମୀ ଅଧିବେଶନ ଏବଂ ୨୦୨୪ ଲୋକସଭା ନିର୍ବାଚନ ବିଷୟରେ ଆଲୋଚନା କରିଛନ୍ତି।