ନେତାଜୀ ଜୟନ୍ତୀ ଜାତୀୟ ଛୁଟି ନୁହେଁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବାକୁ ନେଇ ଦାୟର ମାମଲାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହିତ ସେଦିନ ପରାକ୍ରମ ଦିବସ ବି ପାଳନ କରାଯିବନି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

 

ସୁପ୍ରିମକୋର୍ଟ କହିଛନ୍ତି, କୌଣସି ଦିବସକୁ ଜାତୀୟ ଛୁଟି ଘୋଷଣା କରିବା ସରକାରଙ୍କ କାର୍ଯ୍ୟ, ଏଥିପାଇଁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇପାରିବେନାହିଁ । ଏଥିରେ କୋର୍ଟଙ୍କ କାର୍ଯ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଜାନୁୟାରୀ ୨୩ କୁ ନେତାଜୀ ଜୟନ୍ତୀ ଭାବେ ପାଳନ କରାଯାଏ ।

 

ପିଟିସନରେ ଆବେଦନକାରୀ ନେତାଜୀ ଜୟନ୍ତୀକୁ ଜାତୀୟ ଛୁଟି ଭାବେ ଘୋଷଣା କରିବା ଏବଂ ଦେଶର ରାଜଧାନୀ ସମେତ ସମସ୍ତ ରାଜ୍ୟ ରାଜଧାନୀରେ ମେମୋରିଆଲ ହଲ୍ ଓ ମ୍ୟୁଜିୟମ କରିବାକୁ ନିବେଦନ କରିଥିଲେ । ପ୍ରଧାନ ବିଚାରପତି, ଜଷ୍ଟିସ ଚନ୍ଦ୍ରଚୂଡ ଓ ଜଷ୍ଟିସ ଜେ.ବି.ପାର୍ଡିଓ୍ୱାଲାଙ୍କ ମିଳିତ ଖଣ୍ଡପୀଠ ସାମ୍ୱିଧାନିକ ଧାରା ୩୨ ଅନ୍ତର୍ଗତେ ଦାୟର ପିଆଇଏଲ୍ କୁ ଖାରଜ କରିଛନ୍ତି ।

Leave A Reply

Your email address will not be published.