ଜାଣନ୍ତୁ କେମିତି ଶେଷ ହେବ କଳିଯୁଗ? ଏହି ସମୟରେ ଆସିବ କଳ୍କୀ ଅବତାର

0

କଳିଯୁଗର ଆରମ୍ଭ ଏବଂ ବିନାଶ କିପରି ହେବ ଜାଣିଲେ ଆପଣଙ୍କ ହୋସ ଉଡିଯିବ।ଓମ ନମଃ ଶିବାୟ,ହିନ୍ଦୁ ପୁରାଣରେ ଚାରି ଯୁଗର ବର୍ଣନା କରାଯାଇଛି।ସତ୍ୟଯୁଗ, ଦ୍ଵାପର ଯୁଗ, ତ୍ରେତୟା ଯୁଗ ଓ କଳି ଯୁଗ।ଓ ଦେବତାଙ୍କର ବାର ହଜାରେ ଦିବ୍ୟ ବର୍ଷର ବରାବର ହୋଇଥାଏ।ସତ୍ୟ ଯୁଗରୁ ଆରମ୍ଭ ହୋଇ କଳି ଯୁଗରେ ସେସହୋଇଥାଏ।ଓ ହିନ୍ଦୁ ମାନ୍ୟତ ଏବଂ ପୁରାଣ ଅନୁସାରେ ପୃଥିବୀରେ ଏବେ କଳିଯୁଗ ଚାଲିଅଛି। ଏହି ଯୁଗ ପୂର୍ବରୁ ଲେଖା ଅଛି ଏହି ଯୁଗରେ ପାପର ଭାର ଅଧିକ ହେବବୋଲି।ଓ ଲୋକମାନେ ଧର୍ମର ରାସ୍ତାରୁ ବାହରୀ ଯିବେ।

ଚାରିଆଡେ ଅଧର୍ମର ଭାର ବଢିଯିବ।ଓ ସେହି ସମୟରେ ଭଗବାନ ବିଷ୍ଣୁଙ୍କ ଦଶ ଅବତାର କଳକୀ ପୃଥିବୀ କୁ ଆସିବେ ଓ ପାପର ସର୍ବନାଶ କରିବେ।ପୁରାଣରେ ମଧ୍ୟ ଲେଖା ଅଛି କଳିଯୁଗରେ ଲୋକଙ୍କ ଜୀବନ କାଳ ବହୁତ ଛୋଟ ହେଇଯିବ।ଓ ବହୁତ ଲୋକ ଯୁବକ ଅବସ୍ଥା ପୂର୍ବରୁ ମୃତ୍ୟୁ ବରଣ କରିବେ।ମନୁଷ୍ୟର ବୟସ ମାତ୍ର କୋଡ଼ିଏ ବର୍ଷ ରହିବ।କିନ୍ତୁ ପ୍ରଥମ ଯୁଗରେ ଲୋକମାନେ ୫୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିରହୁଥିଲେ।ତେବେ କେବେ ଆରମ୍ଭ ହେଲା କଳିଯୁଗ ଓ ଏହି ଯୁଗ କେବେ ସରିବ ଆସନ୍ତୁ ଜାଣିବା।

ଆର୍ଯ୍ୟଭଟ୍ଟଙ୍କ କହିବା ଅନୁସାରେ ଯେତେବେଳେ ତାଙ୍କର ବୟସ ୨୩ ବର୍ଷ ଥିଲା ସେତେବେଳେ କଳି ଯୁଗର ୩୬୦୦ ବର୍ଷ ଚାଲୁଥିଲା। ଗଣନା ଅନୁଯାୟୀ କଳିଯୁଗର ଆରମ୍ଭ ୩୧୦୨ ଇଷ୍ଟପୂର୍ବ ରୁ ହୋଇଥିଲା। କଳିଯୁଗରେ ବର୍ତ୍ତମାନ ଅଧର୍ମର ଭାର ଅଧିକ ହେବାରେ ଲାଗିଛିଓ ଜଣେ ମନୁଷ୍ୟ ଉପରେ ଅନ୍ୟ ଜଣ ମନୁଷ୍ୟର ବିଶ୍ୱାସ ହିଁ ନାହିଁ।ଓ ମନୁଷ୍ୟ ମୋହ ମାୟାରେ ଏମିତି ବୁଡିକି ରହୁଛନ୍ତି କି ତାଙ୍କୁ ଦାନ ଧର୍ମ ଓ ଈଶ୍ୱର ଭକ୍ତିର ସମୟ ହିଁ ମିଳୁନାହିଁ।ସେଥିପାଇଁ ବୋଧେ ଏହାକୁ କଳିଯୁଗ କୁହାଯାଇଛି।

ଯେତେବେଳେ ମହାଭାରତ ଯୁଦ୍ଧରେ ପାଣ୍ଡବ ମାନେ କୌରବଙ୍କୁ ହରାଇ ଦେଇଥିଲେ ଓ ରାଜ ସିଂହାସନ ସମ୍ଭାଳି ଥିଲେ। ସେତିକିବେଳେ ତାଙ୍କୁ ଅନୁଭବ ହେଲାକି ସଂସାରରେ କିଛିବି ନାହିଁ।ସେଥିପାଇଁ ସେମାନେ ରାଜା ପରୀକ୍ଷିତ ଙ୍କୁ ରାଜ୍ୟ ସମର୍ପଣ କରିଦେଇ ସ୍ୱର୍ଗକୁ ଚାଲିଯାଇଥିଲେ। ପରୀକ୍ଷିତ ରାଜା ବହୁତ ଧାର୍ମିକ ଥିଲା।

ସେହିସମୟ ରେ କଳିଯୁଗ ରାଜଙ୍କ ପାଖକୁ ଆସିଥିଲା ରାଜା କିନ୍ତୁ ରହିବା ପାଇଁ ଏକ ସର୍ତ୍ତ ରଖିଥିଲେ ଯେ ସେ ଅଧର୍ମ ଜାଗାରେ ହୀରହିପାରିବେ,ରାଜାଙ୍କର କାଳ ସର୍ପ ରେ ମୃତ୍ୟୁ ହେବାପରେ କଳିଯୁଗର ପ୍ରଭାବ ଧିରେ ଧିରେ ପୃଥିବୀ କୁ ଗ୍ରାସ କରିଥିଲା। ଓ ଯେତେବେଳେ କଳି ଯୁଗର ଶେଷ ସମୟ ଆସିବ ସେତେବେଳେ ଏକ ବଡଧରଣର ବର୍ଷା ହେବ ଓ ସବୁ ଜିବଜନ୍ତୁ ମରିଯିବେ।ଓସେହି ସମୟରେ ଭଗବାନ ବିଷ୍ଣୁ ପୃଥିବୀ କୁ ଆସିବେ ଓ ସମସ୍ତ ପାପୀ ଙ୍କୁ ବିନାଶ କରିବେ।

Leave A Reply

Your email address will not be published.