ଆସନ୍ତାକାଲି ଆୟକର ବିଭାଗ ପକ୍ଷରୁ ଆୟୋଜିତ ହେବ ‘ଟ୍ୟାକ୍ସାଥନ୍’

0

ଭୁବନେଶ୍ୱର : ଆସନ୍ତାକାଲି ପାଳିତ ହେବ ଆଜାଦୀ କା ଅମୃତ ମହୋତ୍ସବ । ଦେଶ ସ୍ୱାଧିନତାର ୭୫ ବର୍ଷ ଉପଲକ୍ଷେ ଦେଶ ବ୍ୟାପି ପାଳନ କରାଯାଉଛି ଆଜାଦୀ କା ଅମୃତ ମହୋତ୍ସବ । ଏହି ଅବସରରେ ଆସନ୍ତା କାଲି ସକାଳ ୬ ଟାରେ ଭୁବନେଶ୍ୱର ସ୍ଥିତ ଆୟକର ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପଦଯାତ୍ରା ଆୟୋଜନ କରାଯିବ ।ଏହି ପଦଯାତ୍ରାର ନାଁ ‘ଟ୍ୟାକ୍ସାଥନ’ ରଖାଯାଇଛି ।ଏହି ପଦଯାତ୍ରା ଭୁବନେଶ୍ୱର ରାଜସ୍ୱ ବିହ।ରସ୍ଥିତ ଆୟକର ଭବନରୁ ବାହାରି ରସୁଲଗଡ,ବାଣୀବିହାର ,ରାମମନ୍ଦିର, ଜନପଥ, କଳିଙ୍ଗଷ୍ଟାଡିୟମ୍ ଦେଇ ପୁନର୍ବାର ଆୟକର ବିଭାଗକୁ ଫେରିବାର କାର୍ଯ୍ୟକ୍ରମ ରହିଛି । ସଚ୍ଚୋଟ ଟିକସଦାତାଙ୍କ ପ୍ରତି ସମ୍ମାନ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଟିକସ ପୈଠକରି ରାଷ୍ଟ୍ର ନିର୍ମାଣରେ ଭାଗିଦାର ହେବାଲାଗି ସଚେତନତା ସୃଷ୍ଟି କରାଯିବ ।

Leave A Reply

Your email address will not be published.