ଏକ୍ସପ୍ରେସ ଟ୍ରେନ୍ ରହଣି ଦାବିରେ ସମ୍ବଲପୁର ଜିଲ୍ଲା ବାମରାରେ ୧୨ ଘଣ୍ଟିଆ ବନ୍ଦ ପାଳନ

0

ସମ୍ୱଲପୁର: ଏକ୍ସପ୍ରେସ ଟ୍ରେନ ରହଣି ଦାବିରେ ସମ୍ୱଲପୁର ଜିଲ୍ଲା ବାମରାରେ ବନ୍ଦ ପାଳନ । ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଆନ୍ଦୋଳନକାରୀ ସକାଳୁ ସକାଳୁ ରେଳରୋକ କରିଛନ୍ତି । ଫଳରେ ଏହି ରୁଟରେ ବାଧାପ୍ରାପ୍ତ ହୋଇଛି ଟ୍ରେନ ଚଳାଚଳ । ବହୁ ଟ୍ରେନ ବିଭିନ୍ନ ସ୍ଥାନରେ ଅଟକି ରହିଛି ।

 

୩ଟି ଏକ୍ସପ୍ରେସ୍ ଟ୍ରେନ୍ ରହଣି ଓ ରେଳ ଫାଟକରେ ଓଭରବ୍ରିଜ ନିର୍ମାଣ ଦାବିରେ ବାମରା ଷ୍ଟେସନରେ ରେଳରୋକ କରିଛି ରେଳଓ୍ୱେ କ୍ରିୟାନୁଷ୍ଠାନ କମିଟି । ସେହିପରି ବାମରା ସହରରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି ।

 

ବାମରା ଷ୍ଟେସନରେ ରାଜେନ୍ଦ୍ରନଗର-ଦୁର୍ଗ-ସାଉଥବିହାର, ରାଉରକେଲା- ଭୁବନେଶ୍ୱର ଇଣ୍ଟରସିଟି ଓ ହାୱାଡା-ଅହମଦାବାଦ ଏକ୍ସପ୍ରେସ ଟ୍ରେନର ରହଣି ଦାବି କରିଛନ୍ତି ଆନ୍ଦୋଳନକାରୀ । ପୂର୍ବରୁ ପ୍ରଶାସନ ସହ ଆଲୋଚନା ପରେ କୌଣସି ନିଷ୍କର୍ଷ ନବାହାରିବାରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ରେଳଓ୍ୱେ କ୍ରିୟାନୁଷ୍ଠାନ କମିଟି ।

Leave A Reply

Your email address will not be published.