ବାଇକ୍ ଉପରେ ଚଢ଼ିଗଲା ୧୨ଚକିଆ ଟ୍ରକ, ବାଇକ୍ ଆରୋହୀଙ୍କ ସହ ଜଣେ ମୃତ

0

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାର ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍ ଉପରେ ଚଢ଼ିଗଲା ୧୨ ଚକିଆ ଟ୍ରକ । ବାଇକ୍ ଆରୋହୀ ସହ ସାଥିରେ ଥିବା ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ । ଖବର ଅନୁଯାୟୀ ଆଜି ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ନୂଆଗାଁ ଗ୍ରାମର ସଞ୍ଜିବ ମହାରଣା(୨୮) ଓ ପିଣ୍ଟୁ ପାତ୍ର(୨୭) ଏକ ହିରୋ ସିଡି ଡିଲକ୍ସ ବାଇକ ଯୋଗେ କୌଣସି କାମରେ ହରିଚନ୍ଦନପୁର ଆସିଥିଲେ । ସେଠାରୁ କାମ ସାରି ଅପରାହ୍ନ ୪ ଘଟିକା ସମୟରେ ଘରକୁ ଫେରୁଥିବା ବେଳେ ଭଗାମୁଣ୍ଡା ଆଶ୍ରମ ସ୍କୁଲ୍ ନିକଟରେ ଅଚାନକ ବିପରୀତ ଦିଗରୁ ଏକ ୧୨ଚକିଆ ଟ୍ରକ ଦୃତଗତିରେ ଆସି ବାଇକ୍ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ସହ ସାଥିରେ ଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା । ମୃତ୍ୟୁ ଘଟିଥିବା ଦେଖି ଟ୍ରକ ଚାଳକ ନିଜର ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଖସି ପଳାଇଆସି ହରିଚନ୍ଦନପୁର ଥାନା ସମ୍ମୁଖରେ ଗାଡ଼ି ରଖି ସଲେଣ୍ଡର କରିଥିବା ଜଣାପଡ଼ିଛି । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଉତ୍ୟକ୍ତ ଲୋକଙ୍କ ଦ୍ୱାରା ଘଟଣାସ୍ଥଳରେ ଉତ୍ତୋଜନା ସୃଷ୍ଟି ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.