ଭାରତରେ ପ୍ରଥମ: ଜମ୍ମୁ କଶ୍ମୀରରେ ମିଳିଲା ଲିଥିୟମ ଖଣିର ସନ୍ଧାନ

0

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ଠାବ ହୋଇଛି ଲିଥିୟମ ଭଣ୍ଡାର । ଏହି ଲିଥିୟମ ଖଣି ଜମ୍ମୁ କଶ୍ମୀରରେ ଠାବ ହୋଇଛି । ଏଠାରେ ପ୍ରାୟ ୫୯ ଲକ୍ଷ ଟନ ଲିଥିୟମ ଥିବା ଅନୁମାନ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ ସୂଚନା ମିଳିଛି । ଲିଥିୟମ ଏକ ଅଣ ଲୌହ ଧାତୁ ଯାହା ଇଲେକ୍ଟ୍ରି ଭେଇକିଲ ବ୍ୟାଟେରୀ ତିଆରିରେ ଦରକାର ହୋଇଥାଏ ।

ଖଣି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଜିଓ ଲଜିକାଲ ସର୍ଭେ ଅଫ ଇଣ୍ଡିଆ ପ୍ରଥମ ଥର ପାଇଁ ଜମ୍ମୁ କଶ୍ମୀରର ରିଆସି ଜିଲ୍ଲାର ସଲାଲ-ହୈମାନ ଅଞ୍ଚଳରେ ୫୯ ଳକ୍ଷ ଟନ ଲିଥିୟମ ଥିବା ଜାଣିବାକୁ ପାଇଛନ୍ତି । ସୁନା, ଲିଥିୟମ ସହ ୫୧ ଖଣିଜ ବ୍ଲକ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଜିଏସଆଇ ସୂଚନା ଦେଇଛନ୍ତି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ଏହି ୫୧ ଖଣିଜ ବ୍ଲକ ମଧ୍ୟରୁ ୫ଟି ବ୍ଲକ ସୁନା ଅଟେ । ଅନ୍ୟଗୁଡିକ ପଟାଶ , ମୋଲିବଡେନମ, ବେସ ଧାତୁ ଆଦି ରହିଛି । ଏହା ୧୧ ରାଜ୍ୟରେ ବ୍ୟାପିଛି । ଏହି ରାଜ୍ୟଗୁଡିକ ହେଉଛି, ଜମ୍ମୁ କଶ୍ମୀର, ଆନ୍ଧ୍ର, ଛତିଶଗଡ, ଗୁଜରାଟ, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ ଏବଂ ତେଲେଙ୍ଗାନା । ଏସବୁ ବ୍ୟତୀତ ୭୮୯,୭୦ କୋଟି ଟନ କୋଇଲା, ଗ୍ରାନାଇଟ ସହ ଜଡିତ ୧୭ ରିପୋର୍ଟ କୋଇଲା ମନ୍ତ୍ରାଳୟକୁ ପ୍ରଦାନ କରାଯାଇଛି ।

ଯାହା ବି ହେଉ, ଲିଥିୟମ ଖଣିର ସନ୍ଧାନ ମିଳିବା ପରେ, ଇଲେକ୍ଟ୍ରେନିକ ଯାନ ବାହାନ , ମୋବାଇଲ ଫୋନ୍, କମ୍ପ୍ୟୁଟର ଆଦି ତିଆରି କରିବାରେ ବେଶ୍ ସହାୟକ ହେବ । ଏହି ଖଣି ଖୋଳା ଗଲେ ଭାରତ ଆଉ ଅନ୍ୟ ଦେଶ ମାନଙ୍କ ଉପରେ ଲିଥିୟମ ପାଇଁ ନିର୍ଭର କରିବ ନାହିଁ । ଏହାସହ ଦେଶର ଆର୍ଥିକ ବିକାଶ ଘଟିବ ବୋଲି ଭୂତତ୍ତ୍ୱବିତ୍ ମାନେ କହିଛନ୍ତି ।

 

 

Leave A Reply

Your email address will not be published.