ଗାଁରେ ବାଘ ବୁଲୁଛି

0

ଭବାନୀପାଟଣା(୧୪।୮): କଳାହାଣ୍ଡିରେ ବାଘ ଭୟ। କଳାହାଣ୍ଡି ଜିଲାର ସିଙ୍ଗାରି ସଂରକ୍ଷିତ ଜଙ୍ଗଲ ଏବଂ ଦେବଗିରି ସଂରକ୍ଷିତ ଜଙ୍ଗଲରେ ବାଘ ବୁଲୁଥିବା ଜଣାପଡିବା ପରେ ଆଖପାଖ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ,ଜିଲ୍ଲାର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜରେ ଥିବା ସିଙ୍ଗାରି ଓ ଦେବଗିରି ସଂରକ୍ଷିତ ଜଙ୍ଗଲର ପାଦଦେଶରେ ଥିବା ଘୋଡ଼ାବନ୍ଧା ଗାଁରେ କିଛି ଦିନ ହେବ ବାଘ ଚଳପ୍ରଚଳ କରୁଛି । ଗାଁ ନିକଟକୁ ବାଘ ଆସିଥିବା କିଛି ଯୁବକ ଦେଖିବା ପରେ ଏବେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏପରି କି ଗାଁ ଶେଷମୁଣ୍ଡରେ ବାଘ ପାଦ ଚିହ୍ନ ଥିବା ଦେଖିବାକୁ ମିଳିଛି । ଏନେଇ ଘୋଡାବନ୍ଧା ସମେତ ତାଳପଦର, କଦଲିଚୁଆଁ, କସାବାହି, ପାଜେନ ଆଦି ଗାଁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଏନେଇ ଥୁଆମୂଳ ରାମପୁର ରେଞ୍ଜର ସୁଦର୍ଶନ ଦେହୁରୀଙ୍କୁ ପଚାରିବାରୁ ବର୍ଷା ଛାଡିଲା ପରେ ଘଟଣାସ୍ଥଳ ଅନୁଧ୍ୟାନ କରିବୁ ବୋଲି କହିଥିଲେ। ସେହିପରି ଉକ୍ତ ପାଦ ଚିହ୍ନଟି ହେଟା କିମ୍ବା ଚିତା ବାଘର ତାହା ହୋଇପାରେ ବୋଲି କହିଥିଲେ ରେଞ୍ଜର ସୁଦର୍ଶନ ଦେହୁରୀ ।

Leave A Reply

Your email address will not be published.