ପୋଲିସର ବେପରୁଆ ପାଇଁ ଦୁର୍ଘଟଣା, ୧ ମୃତ, ୩ ଗୁରୁତର

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପଙ୍ଗାମ ନିକଟରେ ପୋଲିସ ଗାଡି ସହ ଧକା ହେଲା ବାଇକ । ଏଥିରେ ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ 3 ଜଣ ଗୁରୁତର ହୋଇଛନ୍ତି। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ପୋଲିସ ଗାଡି ବହୁତ ଦ୍ରୁତ ଗତିରେ ଯାଉଥିଲା ଓ ଭୁଲ ରାସ୍ତାରେ ଚଲୋଉ ଥିଲେ। ସମସ୍ତେ ଗାଡିର ସିଟ ବେଲ୍ଟ ବାନ୍ଧି ନଥିବା ବେଳେ ସମସ୍ତେ ମଦ ପିଇଥିବା ଜଣାପଡିଛି। ପୋଲିସଙ୍କ ବେପରୁଆ ଗାଡି ଚାଳନା ଯୋଗୁ ପୋଲିସ ଗାଡିଟି ରାସ୍ତା ଠାରୁ 20 ଫୁଟ ଦୂରରେ ଛିଟିକି ପଡି ଓଲଟି ଯାଇଥିବା ବେଳେ ବାଇକଟି 50 ମିଟର ଘୋଷାଡି ହୋଇଯାଇଛି। ବାଇକ ଆରୋହି ମୃତ୍ୟୁ ବରଣ କରିଥିବା ବେଳେ ଥାନା ଗାଡ଼ିରେ ଥିବା 3 ଜଣ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ଅଛନ୍ତି। ଘଟଣା ସ୍ଥଳରେ ଗ୍ରାମବାସୀଙ୍କ ଦ୍ବାରା ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତାକୁ ଗଛ ଡାଳ ପକାଇ ବନ୍ଦ କରାଯାଇଛି, ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗୁରୁତର ମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପଠାଇଥିଲେ । ପୋଲିସ କର୍ମଚାରୀ ପାଙ୍ଗାମରୁ ଫେରୁଥିବା ବେଳେ ଏପରି ଦୃଘଟଣା ହୋଇଛି। ମୃତ୍ୟୁ ବ୍ୟକ୍ତି ଜଣଙ୍କ ନାୟକଗୁଡା ଗ୍ରାମପଞ୍ଚାୟତ ର GRS ବାଲରାଜୁ ସାହୁ ବୋଲି ଜଣାପଡିଛି।

Leave A Reply

Your email address will not be published.