ମହାମାରୀରୁ ବି ଲାଭ କମାଉଛି ଚୀନ !

0

ବେଜିଂ: କରୋନା ମହାମାରୀରୁ ମୁକିଳିବା ପାଇଁ ସାରା ବିଶ୍ୱ ଏକତ୍ର ହେଉଥିବା ବେଳେ ଚୀନ କିନ୍ତୁ ଏଥିରୁ ବାଦ୍ ପଡିଛି । ବିପତି ବେଳେ କିଭଳି ଅଧିକ ଲାଭ ଆଦାୟ କରାଯାଇ ପାରିବ ସେ ନେଇ ମୁଣ୍ଡ ଖେଳାଉଛି । ଚୀନ କୋଭିଡ ସହ ଜଡିତ ସାମଗ୍ରୀର ଦାମ ୨ଗୁଣା ବୃଦ୍ଧି କରିଛି । ସପ୍ଲାୟ ଚେନ୍ ଖୋଲା ରହିଲେ କୋଭିଡ-୧୯କୁ ନିୟନ୍ତ୍ରଣ କରାଯାଇ ପାରିବ । ଉଦାହରଣ ସ୍ୱରୂପ ଚୀନ ୨୦୦ ଲିଟର ଅକ୍ସିଜେନ କଂସଟ୍ରେଟରର ମୂଲ୍ୟ ୨୦୦ ଡଲାରରୁ ୧୦୦୦ ଡଲାର କରିଦେଇଛି । ସେହିପରି ଚୀନ ଭାରତ ବିମାନ ଉପରେ କଟକଣା ଲଗାଇ ସପ୍ଲାଇ କରିଡରକୁ ବନ୍ଦ କରିଛି ।

 

ଚୀନର ଫାର୍ମା ସପ୍ଲାୟର୍ସ ମାନେ ହଠାତ୍ ଚୁକ୍ତି ସବୁ ରଦ୍ଦ କରିଛନ୍ତି । ହଂକଂରେ ଥିବା ଭାରତର କାଉନ୍ସିଲ ଜେନେରାଲ ଚୀନର ଏହି ପଦକ୍ଷେପକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । ଅପରପକ୍ଷରେ ଚୀନ ପକ୍ଷରୁ ଏହାକୁ ଖଣ୍ଡନ କରାଯିବ ସହ ସପ୍ଲାୟ ଲାଇନ ଖୋଲା ରହିଛି ଏବଂ ସାମଗ୍ରୀର ମୂଲ୍ୟ ସ୍ଥିର ରହିଛି ବୋଲି କହିଛି ।

Leave A Reply

Your email address will not be published.