ଆଫଗାନିସ୍ତାନ ଜଲାଲବାଦ ଜେଲରେ ଆତଙ୍କବାଦୀ ଆକ୍ରମଣ, ୨୧ ମୃତ

0

କାବୁଲ : ଆଫଗାନିସ୍ତାନର ଜଲାଲବାଦ ଜେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ରିପୋର୍ଟ ହସ୍ତଗତ ହେଲା ବେଳକୁ ୨୧ ଲୋକଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ ୩ ଆତଙ୍କବାଦୀ ସାମିଲ ଅଛନ୍ତି । ଏହି ଆକ୍ରମଣ ପରେ ଜେଲରୁ ଅନେକ କୈଦୀ ମଧ୍ୟ ଫେରାର ହୋଇ ଯାଇଛନ୍ତି । ଏହା ପଛରେ ଇସଲାମିକ ଷ୍ଟେଟ ଆତଙ୍କବାଦୀଙ୍କ ହାତ ଥିବା ଜଣାପଡିଛି ।

ଆକ୍ରମଣର ୧୩ ଘଂଟା ବିତି ଯାଇଥିଲେ ମଧ୍ୟ ଏବେ ମଧ୍ୟ ସଂଘର୍ଷ ଜାରି ରହିଥିବା ଜଣାପଡିଛି । ଏହି ଜେଲରେ ଅନେକ ଆଇଏସ ଆତଙ୍କୀ ରହିଥିଲେ । ତାଲିବାନ ଏହି ଆକ୍ରମଣ ପଛରେ ହାତ ନ ଥିବା କହିଛି । ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଜେଲକୁ ଘେରାଉ କରିବା ସହ ଭିତରେ ପଶି ଆତଙ୍କବାଦୀମାନେ ଗୁଳି ଚାଳନା କରିଥିଲେ ।

Leave A Reply

Your email address will not be published.