କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୧୩ ସଂକ୍ରମିତ

0

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଯାହାକି ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିଛି । ସଂକ୍ରମଣ କମିଥିବା ବେଳେ, ବୃଦ୍ଧି ପାଉଛି ସୁସ୍ଥତା ସଂଖ୍ୟା । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୫୧୩ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

 

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୪୬୪ ଜଣ ଥିବା ବେଳେ କଟକରୁ ୧୦୫୨ ଜଣ ଅଛନ୍ତି । ସେହିପରି ଯାଜପୁରରୁ ୭୯୧, ସୁନ୍ଦରଗଡ଼ରୁ ୬୯୯, ଅନୁଗୁଳରୁ ୬୯୦, ପୁରୀରୁ ୫୬୮, ମୟୂରଭଞ୍ଜରୁ ୫୩୪, ବାଲେଶ୍ବରରୁ ୫୨୪, ସମ୍ବଲପୁରରୁ ୪୩୮, ଝାରସୁଗୁଡ଼ାରୁ ୪୨୧, ବରଗଡ଼ରୁ ୩୮୪, ନୟାଗଡ଼ରୁ ୩୪୬, ଗୟ୍ଜାମରୁ ୩୧୬, ନବରଙ୍ଗପୁରରୁ ୩୦୨, ଜଗତସିଂହପୁରରୁ ୨୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 

ସେହିପରି ବଲାଙ୍ଗିରରୁ ୨୯୩ ଜଣ ସୁସ୍ଥ ହୋଇଥିବା ବେଳେ, କୋରାପୁଟରୁ ୨୬୪, ରାୟଗଡ଼ାରୁ ୧୯୯, କଳାହାଣ୍ଡିରୁ ୧୯୬, ବୌଦ୍ଧରୁ ୧୯୧, ସୋନପୁରରୁ ୧୮୬, କେନ୍ଦୁଝରରୁ ୧୫୧, କେନ୍ଦ୍ରାପଡ଼ାରୁ ୧୫୦, ଭଦ୍ରକ ୧୩୨, ଢେଙ୍କାନାଳରୁ ୧୨୭, ଦେବଗଡ଼ରୁ ୧୧୭, ନୂଆପଡ଼ାରୁ ୧୧୧, ଗଜପତିରୁ ୧୧୦, କନ୍ଧମାଳରୁ ୧୦୨, ମାଲକାନଗିରିରୁ ୧୦୦ ଓ ଷ୍ଟେଯ୍ ପୁଲରୁ ୨୬୧ ଜଣ ସୁସ୍ଥ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ସୁସ୍ଥ ହେଲେଣି ୬ ଲକ୍ଷ ୫୮ ହଜାର ୬୪୬ ଜଣ ।

Leave A Reply

Your email address will not be published.