୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ ଐତିହ୍ୟ ସ୍ଥଳୀ

0

ନୂଆଦିଲ୍ଲୀ : ଜୁନ୍‌ ୧୬ରୁ ଖୋଲିବ ଦେଶର ସମସ୍ତ ଐତିହ୍ୟ ସ୍ଥଳୀ । ଏଏସଆଇ ଦ୍ବାରା ପରିଚାଳିତ ଏହି କୀର୍ତ୍ତିରାଜୀ ବା ଐତିହ୍ୟସ୍ଥଳୀ କରୋନା ମହାମାରୀ କାରଣରୁ ବନ୍ଦ ଥିଲା । ଏବେ ଏହି ଐତିହ୍ୟସ୍ଥଳୀ ଓ ସଂଗ୍ରହାଳୟକୁ ଆସନ୍ତା ୧୬ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନେଇଛି ଏଏସଆଇ । ଏହି ସମୟରେ କୋଭିଡ ଗାଇଡଲାଇନକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦେଶରେ ମହାମାରୀ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାରୁ ଐତିହ୍ୟସ୍ଥଳୀକୁ ବନ୍ଦ ରଖା ଯାଇଥିଲା । ହେଲେ ଏବେ ସଂକମଣ ହ୍ରାସ ପାଉଥିବାରୁ ଓ ସ୍ଥିତି ଧିରେ ଧିରେ ସୁଧୁରୁଥିବାରୁ ଐତିହ୍ୟସ୍ଥଳୀରୁ କଟକଣା ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଦେଶର ସମସ୍ତ କୀର୍ତ୍ତିରାଜୀ ସ୍ଥଳୀରେ କୋଭିଡ଼ କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ନିର୍ଦ୍ଦେଶନାମା ଜାରି କରିଛି ଏଏସଆଇ । ତେବେ ଓଡିଶାରେ ଥିବା କୀର୍ତ୍ତିରାଜି ସ୍ଥଳୀ ଖୋଲିବ ନା ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ ।

Leave A Reply

Your email address will not be published.