ଭାରସ୍ୟାମ ହରାଇ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

0

ଯାଜପୁର(୨୪।୦୮): ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ପଡିଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ ରୋଗୀ, ତାଙ୍କ ସମ୍ପର୍କୀୟ ଓ ଆମ୍ବୁଲାନ୍ସ ଚାଳକ। ଯାଜପୁର କୁଆଖିଆ ଥାନା ତାରିଣୀ ଛକ ନିକଟରେ ଘଟିଛି ଏଭଳି ଘଟଣା।

ଖବର ଅନୁସାରେ, ବୁଧବାର ମଧ୍ୟାହ୍ନରେ ଏହି ଆମ୍ବୁଲାନ୍ସଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀଙ୍କୁ ନେଇ କଟକ ବଡ଼ ମେଡ଼ିକାଲକୁ ଯାଉଥିଲା। ଏହି ସମୟରେ ତାରିଣୀ ଛକ ନିକଟରେ କୌଣସି କାରଣରୁ ଆମ୍ବୁଲାନ୍ସଟି ରାସ୍ତା କଡ଼ ବାଡ଼ରେ ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରୁ ରୋଗୀ, ତାଙ୍କ ସମ୍ପର୍କୀୟ ଓ ଡ୍ରାଇଭର ସମେତ ୨ଜଣ ଆଟେଣ୍ଡାଣ୍ଟଙ୍କୁ ଉଦ୍ଧାର କରି ଅନ୍ୟ ଗାଡ଼ି ଯୋଗେ ଯାଜପୁର ଟାଉନକୁ ପଠାଇଥିଲେ। ତେବେ ଏହି ଦୁର୍ଘଟଣାରେ କୌଣସି ବଡ଼ ଧରଣର କ୍ଷତି ହୋଇନଥିବା ସୂଚନା ରହିଛି । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସଟିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.