ରାଜ୍ୟ କ୍ୟାବିନେଟର ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ

0

ଭୁବନେଶ୍ୱର: ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଆଜି ସନ୍ଧ୍ୟା ୫ ଟାରେ ଅନୁଷ୍ଠିତ ହେବ।

 

ସୂଚନାନୁସାରେ, କ୍ୟାବିନେଟ୍‌ର ଏହି ଜରୁରୀ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବ ଉପରେ ମୋହର ଲାଗିବାର ସମ୍ଭାବନା ରହିଛି । ଏହି ବୈଠକରେ ରାଜ୍ୟ ସରକାର ସମ୍ଭବତଃ କିଛି ବଡ଼ ଘୋଷଣା କରିପାରନ୍ତି ।

 

ଆଜିର ଏହି କ୍ୟାବିନେଟ ବୈଠକରେ ପ୍ରାୟ ୭ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି । ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରସ୍ତାବକୁ ମୋହର ଦେଇପାରେ କ୍ୟାବିନେଟ । ଏହାସହ କୃଷୀ ଓ କୃଷକକୁ ନେଇ କିଛି ବଡ଼ ଘୋଷଣା ହେବାର ସମ୍ଭାବନା ରହିଥିବା ଜଣାପଡିଛି ।

Leave A Reply

Your email address will not be published.