ଭିଜିଲାନ୍ସ ପଞ୍ଝାରେ ASI: ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

0

ମାଲକାନଗିରି: ଭିଜିଲାନ୍ସ ଜାଲରେ ଫସିଛନ୍ତି ASI । ମାଲକାନଗିରି ମାଥିଲି ଥାନାର ପୂର୍ବତନ ଏଏସଆଇଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ । ଏଏସଆଇ ଜୟଦାସ ଖରାଙ୍କ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ହୋଇଥିବା ଜଣାପଡିଛି ।

ସୂଚନା ମୁତାବକ, ଗତମାସ ଗଞ୍ଜେଇ ଚାଲାଣରେ ସଂପୃକ୍ତି ଅଭିଯୋଗରେ ସେ ଗିରଫ ହୋଇଥିଲେ । ଆଜି ଏଏସଆଇଙ୍କ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ ଚାଲିଛି । ବର୍ତ୍ତମାନ ସୁଦ୍ଧା କେତେ ସମ୍ପତ୍ତି ଜବତ ହୋଇଛି, ସେନେଇ କୌଣସି ସୂଚନା ମିଳିପାରି ନାହିଁ ।

ଅନ୍ୟପଟେ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି ଆରଏମସି କର୍ମଚାରୀ । ଆରଏମସି କର୍ମଚାରୀ ଗୟାଧର ସାହୁଙ୍କ ଘରେ ଆଜି ହୋଇଛି ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ରେଡ୍ ଚାଲିଥିବା ଜଣାପଡିଛି । ଟାଉନ୍ ଥାନା ସନ୍ଥେଶ୍ୱରପୁର ପୈତୃକ ଘର ସମେତ ୨ଟି ସ୍ଥାନରେ ରେଡ୍ ଚାଲିଛି ।

Leave A Reply

Your email address will not be published.