ବିହାର ଟ୍ରେଣ୍ଡ କହୁଛି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହେବ ବିଜେପି

0

ପାଟନା: ବିହାରରେ କିଏ ମାରିବ ବାଜି । ଆଉ କିଛି ଘଣ୍ଟା ପରେ ଜଣା ପଡ଼ିବ କାହା ସପକ୍ଷରେ ଯାଇଛି ଜନାଦେଶ । ବର୍ତ୍ତମାନ ସୁଦ୍ଧା ଗଣତିର ଟ୍ରେଣ୍ଡ କହୁଛି ବିହାରରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବରେ ଉଭା ହୋଇପାରେ । ବର୍ତ୍ତମାନ ସୁଦ୍ଧା ମହାମେଣ୍ଟଠାରୁ ଆଗରେ ରହିଛି ଏନଡିଏ ।

ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ବିଜେପି ୭୩ ଆସନରେ ଆଗୁଆ ରହିଛି । ସହଯୋଗୀ ଜେଡିୟୁ ୪୭ ଆସନରେ ଆଗରେ ରହିଛି । ମହାମେଣ୍ଟରେ ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ୬୧ଟି ସିଟରେ ଆଗୁଆ ରହିଛି । ସେହିପରି କଂଗ୍ରେସ ୨୦ ଓ ବାମଦଳ ପ୍ରାର୍ଥୀ ୧୯ଟି ଆସନରେ ଆଗୁଆ ଅଛନ୍ତି ।

ଏନଡିଏ ବର୍ତ୍ତମାନ ସୁଦ୍ଧା ଏନଡିଏ ୧୨୭ ଆସନରେ ଲିଡ୍ କରୁଥିବା ବେଳେ ମହାମେଣ୍ଟ ଶହେ ଆସନରେ ଆଗୁଆ ଚାଲିଛି । ସେହିପରି ଚିରାଗ ପାଶଓ୍ୱାନଙ୍କ ଏଲଜେପି ୫ ଓ ଅନ୍ୟାନ୍ୟ ଦଳ ୧୧ଟି ଆସନରେ ଲିଡ କରୁଛନ୍ତି । ବିହାରରେ ଅନ୍ୟାନ୍ୟ ଦଳ ଏଥର କିଙ୍ଗ ମେକର ହୋଇପାରନ୍ତି ।

Leave A Reply

Your email address will not be published.