ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ବେଳେ ବିଜେପି କର୍ମୀଙ୍କ ବିରୋଧ

0

ଭୁବନେଶ୍ୱର: ରାଜଧାନୀରେ ସାଂସଦ ଅପରାଜିତାଙ୍କ ଜନସଂପର୍କ ପଦଯାତ୍ରା ରେ ବିଜେପି ବିରୋଧ । ତାଙ୍କୁ ଭୁବନେଶ୍ବର ଉପକଣ୍ଠ ଭରତପୁରରେ କଳା କପଡା ଦେଖାଇ ବିରୋଧ କରାଯାଇଛି । ଏହି ସମୟରେ କିଛି ଦଳୀୟ କର୍ମୀ ତାଙ୍କୁ ଗୋ ବ୍ୟାକ୍ ସ୍ଲୋଗାନ୍ ବି ଦେଇଥିଲେ । ଏଥିରୁ ବିଜେପି ମଧ୍ୟରେ ଥିବା ଦଳୀୟ ବିବାଦ ପଦାରେ ପଡିଛି ।

 

ନିର୍ବାଚନ ଜିତିବା ପରେ ସାଂସଦ ଅପରାଜିତା ଥରେ ବି ଭରତପୁର ଆସି ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀଯ ବାସିନ୍ଦା । ଭରତପୁର ପାଇଁ ସେ କେଉଁ ଉନ୍ନତିମୂଳକ କାମ କରିଛନ୍ତି ସେ ନେଇ ପ୍ରଶ୍ନ କରିଥିଲେ । ଆଗକୁ ଆସୁଥିବା ପୋୖର ନିର୍ବାଚନକୁ ଆଖିରେ ରଖ ସେ ରାଜଧାନୀର ବିଭିନ୍ନ ଅଂଚଳ ଗସ୍ତ କରୁଥିବା ଭରତପୁର ମଣ୍ଡଳ ବିଜେପି ଉପସଭାପତି ସୁରେଶ ସାହୁ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.