ପରୀ ପାଇଁ ଆଜିଠୁ ବିଜେପିର ପଦଯାତ୍ରା, ଲିଙ୍ଗରାଜ ମନ୍ଦିରରୁ ଯଦୁପୁର ଯାଏ

0

ଭୁବନେଶ୍ୱର: ନୟାଗଡ଼ ନାବାଳିକା ‘ପରୀ’କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ଦଳ ପକ୍ଷରୁ ସମସ୍ତ ବିଧାନସଭା କ୍ଷେତ୍ରରେ ପଦଯାତ୍ରା ଚାଲିଛି । ଆଜି କୁନି ଝିଅକୁ ନ୍ୟାୟ ଦେବା ଦାବିରେ ଭୁବନେଶ୍ୱରରୁ ପରୀର ଗାଁ ନୟାଗଡ଼ ଜିଲ୍ଲା ଯଦୁପୁର ଯାଏ ପଦଯାତ୍ରା ଆରମ୍ଭ କରିବ ବିଜେପି । ଏଥିରେ ସାମିଲ ହେବେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭନତୀ ଶ୍ରୀନିବାସନ୍ ।

 

ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରୁ ଦଳ ସଂକଳ୍ପ ନେଇ ପଦଯାତ୍ରା ଆରମ୍ଭ କରିବ । ଆଜି ଲିଙ୍ଗରାଜ ମନ୍ଦିରରୁ ଯାଆଁଳା, ଆସନ୍ତାକାଲି ଯାଆଁଳାରୁ ସାରୁଅ, ତା ପରଦିନ ସାରୁଅରୁ ପିଚୁକୁଳି ପର୍ଯ୍ୟନ୍ତ ପଦଯାତ୍ରା ହେବ। ଏହାପରେ ପିଚୁକୁଳିରୁ ଇଟାମାଟି ଦେଇ ଯଦୁପୁରରେ ପହଞ୍ଚିବ ବିଜେପିର ପଦଯାତ୍ରା । ଆସନ୍ତା ୨୪ ତାରିଖରେ ଯଦୁପୁରରେ ଏକ ବଡ଼ ସଭା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.