ଆସନ୍ତା ଦିନରେ ଅଧିକ ସଂକ୍ରମିତ ହୋଇପାରନ୍ତି ଶିଶୁ ଓ କିଶୋର

0

ନୂଆଦିଲ୍ଲୀ : କୋଭିଡ ନେଇ ପୁଣି ଆସିଲା ଚିନ୍ତାଜନକ ତଥ୍ୟ । ସାଧାରଣ ଥଣ୍ଡାର କାରଣ ପାଲଟୁଥିବା କିଛି କରୋନା ଭାଇରସ ପରି କୋଭିଡ 19 ନିଜର ଧାରା ବଦଳାଇବ । ଆସନ୍ତା ଦିନରେ ବିଶେଷ କରି ଶିଶୁ ଓ କିଶୋରଙ୍କୁ ସଂକ୍ରମିତ କରିବ । ଟିକା ନେଇ ନଥିବା କିମ୍ବା ଭାଇରସ ସଂସ୍ପର୍ଶରେ ଆସିଥିବା ଶିଶୁ ଓ କିଶୋରମାନଙ୍କ ଲାଗି ଏହା କ୍ଷତିକାରକ ହେବ ବୋଲି ଗବେଷଣାରୁ ଜଣାପଡିଛି । ଆସନ୍ତା ବର୍ଷରେ ଏହି ସମସ୍ୟା ଅଧିକ ଗୁରୁତର ହେବ ବୋଲି କହିଛନ୍ତି ବୈଜ୍ଞାନିକ ।

ନରଓ୍ବେର ୟୁନିଭର୍ସିଟି ଅଫ ଅନସଲୋର ଗବେଷକ ଓଟ୍ଟାର ବୋନଷ୍ଟାର୍ଡ କହିଛନ୍ତି, ଆସନ୍ତା ଦିନରେ ଏହି ସଂକ୍ରମଣ ଅଧିକ ହେବ । ବିଶେଷ କରି ଶିଶୁ ଓ କିଶୋରଙ୍କୁ ସଂକ୍ରମିତ କରିବ । ଗବେଷଣା ଅନୁସାରେ ଯୁବକଙ୍କ ଠାରୁ ବୟସ୍କଙ୍କ ଯାଏଁ ସମସ୍ତେ ଟିକା ନେଉଥିବାରୁ କୋଭିଡ ସଂକ୍ରମଣ ଧାରା କମ୍ ବୟସର ଶିଶୁଙ୍କ ଆଡେ ଗତି କରିବ । ଜର୍ଣ୍ଣାଲ ସାଇନ୍ସ ଆଡଭାନସେସରେ କୁହାଯାଇଛି, ଅନ୍ୟାନ୍ୟ କରୋନା ଭାଇରସ ଓ ଇନଫ୍ଲୁଏଞ୍ଜା ଭାଇରସ କ୍ଷେତ୍ରରେ ଏହା ପ୍ରମାଣିତ ହୋଇଛି ।

ଅତୀତ ରେକର୍ଡରୁ ବି ଏହା ସ୍ପଷ୍ଟ ହୋଇଛି ଯେ, କେତେକ ମହାମାରୀ କ୍ଷେତ୍ରରେ ଶ୍ବାସ ପ୍ରଶ୍ବାସ ଜନିତ ରୋଗର ଗତି ବୟସ ଅନୁପାତରେ ପ୍ରତିଫଳିତ ହୁଏ । ଏବଂ ସମ୍ପୂର୍ଣ୍ଣ ଅଲଗା ଭାବେ ରୋଗରେ ପରିଣତ ହୁଏ । ଉଦାହରଣ ଦେଇ ସେ କହିଛନ୍ତି, ୧୮୮୯ରୁ ୧୮୯୦ ମଧ୍ୟରେ ଏସିଆଟିକ ବା ରଷିଆନ ଫ୍ଲୁ ସଂକ୍ରମିତ ହୋଇଥିଲା । ଯାହାଦ୍ବାରା ୧୦ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ମାତ୍ର ପରେ ଏହି ଭାଇରସ HCoV- OC43ରେ ରୂପାନ୍ତରିତ ହୋଇଥିଲା । ବଡକଥା ହେଲା ଏହି ଭାଇରସ ଆଜି ସାରା ବିଶ୍ବକୁ ବ୍ୟାପି ସାରିଛି । ଏବଂ ଥଣ୍ଡା ଜ୍ବରର ପ୍ରମୁଖ କାରଣ ପାଲଟିଛି ।

Leave A Reply

Your email address will not be published.