ସ୍ଵର୍ଣ ପଦକ ବିଜୟିନୀ ଦେବସ୍ମିତାଙ୍କୁ ସମ୍ବର୍ଦ୍ଧନା

0

ପୁରୁଣା ଭୁବନେଶ୍ୱର(୩୧ା୮): ଅଗଷ୍ଟ ୨୬ରୁ୨୮ ୩ଦିନ ଧରି ପଞ୍ଜାବ ଅମୃତସରର ଗୁରୁନାନକ ଦେବ ୟୁନିଭର୍ସିଟିଠାରେ ୧୩ତମ ଥାଇବକ୍ସିଂ ଚମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଥିଲା ଏଥିରେ ଓଡ଼ିଶାରୁ ଉଭୟ ବାଳକ ବାଳିକା ବର୍ଗରୁ ୪୫ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ୪୪ଟି ପଦକ ପାଇ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏହି ଚାମ୍ପିୟନଶିିପ୍‌ରେ ଓଡ଼ିଶାର ଦେବଶ୍ରୀ ଦେବସ୍ମିତା ଅନ୍ୟତମ ପ୍ରତିଯୋଗୀ ଭାବେ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ। ମଙ୍ଗଳବାର ଅପରାହ୍ନରେ ଦେବସ୍ମିତା ଅମୃତସରରୁ ଫେରିବାପରେ ତାଙ୍କୁ ଭୀମଟାଙ୍ଗି ଫେଜ-୨ ସ୍ଥିତ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଅନ୍ୟମାନଙ୍କମାନରେ ସ୍ଥାନୀୟ କର୍ପୋରେଟର ଶିବ ନାରାୟଣ ରାୟ, ପୂର୍ବତନ କର୍ପୋରେଟର ସୁଭାସିନୀ ପୃଷ୍ଟି, ଛବିନ୍ଦ୍ର ଜେନା, କମିଟିର ସଭାପତି,ପ୍ରତାପ ପଣ୍ଡା, ସଂପାଦକ ଜ୍ଞାନ ରଞ୍ଜନ ଚୌଧୁରୀ କୋଷାଧକ୍ଷ କାଳନ୍ଦୀ ଚରଣ ସେଠୀ, ସାମାଜିକ କର୍ମୀ ଲିଙ୍ଗରାଜ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.