ଆମେରିକାରେ କରୋନାର କରାଳ ରୂପ; ୨୪ ଘଣ୍ଟାରେ ୨୪୩୯ ମୃତ୍ୟୁ

0

ୱାଶିଂଟନ: ଆମେରିକାରେ କରୋନା ତାଣ୍ଡବ। ଗତ ୨୪ ଘଣ୍ଟାରେ ନେଲାଣି ୨୪୦୦ରୁ ଅଧିକ ମୁଣ୍ଡ।

ଜନ୍‌ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଗତ ୬ ମାସ ମଧ୍ୟ‌ରେ ଆମେରିକାରେ ଏହା ସର୍ବାଧିକ କରୋନା ମୃତ୍ୟୁ। ସୂଚନାନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୨୪୩୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ଏହାସହ ଲକ୍ଷାଧିକ ନୂଆ ସଂକ୍ରମିତ ମଧ୍ୟ ଚିହ୍ନଟ ହୋଇଛନ୍ତି। ଆମେରିକାରେ ଏପର୍ଯ୍ୟନ୍ତ ୨ ଲକ୍ଷ ୬୨ ହଜାରରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।

ଅନ୍ୟପଟେ ଆମେରିକା ଭଳି ସମୃଦ୍ଧ ରାଷ୍ଟ୍ରରେ ସଂକ୍ରମଣ ମାମଲା ବଢ଼ୁଥିବାରୁ ଏଠାକାର ହସ୍ପିଟାଲ୍‌ମାନଙ୍କରେ ବେଡ୍‌ ଅଭାବ ମଧ୍ୟ ଦେଖାଦେଲାଣି। ଆମେରିକାର ସହର ଗୁଡିକୁ କବଳିତ କରିବା ପରେ ଏବେ ଏହାର ଛୋଟ ସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିଗଲାଣି କରୋନା। ଯାହା ନିହାତି ପକ୍ଷେ ଏକ ଚିନ୍ତାର ବିଷୟ।

Leave A Reply

Your email address will not be published.