ବନ୍ୟା ଜଳରେ କୁମ୍ଭୀର ଆତଙ୍କ

0

ବୌଦ୍ଧ(୧୪।୮): ବନ୍ୟା ପାଣିରେ ଦେଖିବାକୁ ମିଳିଛି ବିଶାଳ କୁମ୍ଭୀର। ଏଭଳି ଦୃଶ୍ୟ ଦେଖି ନଦୀକୂଳିଆ ଲୋକଙ୍କ ମନରେ ଛନକା ପଶିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ରାମଗଡ଼ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଲୋକେ ବନ୍ୟା ପରିସ୍ଥିତି ମୁକାବିଲା କରୁଥିବା ବେଳେ କୁମ୍ଭୀର ଆତଙ୍କ ଲୋକଙ୍କୁ ଅଧିକ ଭୟଭୀତ କରିଛି। ଆଜି ଅପରାହ୍ନରେ ମହାନଦୀ ବନ୍ୟା ପାଣିରେ ଏକ ବିଶାଳ କୁମ୍ଭୀର ଯାଉଥିବାର ଦେଖିଥିଲେ ସ୍ଥାନୀୟ ବାସିନ୍ଦା । କୁମ୍ଭୀରଟି ରାମଗଡ଼ ନଦୀ କୂଳରେ ଛକି ରହିଥିବା ବେଳେ ଲୋକଙ୍କ ନଜରରେ ପଡ଼ିଥିଲା। ଏହି କୁମ୍ଭୀର କେଉଁଠାରୁ ଆସିଲା ଏବଂ ଏହା ଗୋଟିଏ ନା ଅଧିକ ସଂଖ୍ୟକ କୁମ୍ଭୀର ଆସିଛନ୍ତି ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ପ୍ରବଳ ବର୍ଷା ସାଙ୍ଗକୁ ମହାନଦୀ ଜଳସ୍ତର ବଢ଼ୁଥିବାରୁ କୁମ୍ଭୀର ଘରମୁହାଁ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । ସୂଚନା ଥାଉକି, ଏଠାରେ ମହାନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଉଭୟ ତେଲନଦୀ ଓ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ହରଭଙ୍ଗା ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Leave A Reply

Your email address will not be published.