ଋଣ ହେରଫେର ମାମଲା : SBIର ପୂୂର୍ବତନ ଚେୟାରମ୍ୟାନ ପ୍ରତୀପ ଚୌଧୁରୀ ଗିରଫ

0

ଦିଲ୍ଲୀ: ଋଣ ଦୁୁର୍ନୀତି ମାମଲାରେ ଏସବିଆଇ ପୂର୍ବତନ ଅଧ୍ୟକ୍ଷ ପ୍ରତୀପ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଜୟସଲମେର ପୋଲିସ ରବିବାର ତାଙ୍କ ବାସଭବନରୁ ଗିରଫ କରିଛି। ସୂଚନା ଅନୁସାରେ ହୋଟେଲ ନିର୍ମାଣ ପାଇଁ ଗୋଦାବନ ଗ୍ରୁଫ ୨୦୦୮ ରେ ଏସବିଆଇରୁ ୨୪ କୋଟି ଟଙ୍କା ଋଣ ନେଇଥିଲେ । ଋଣ ଦେବା ପାଇଁ ଗୋଦାବନ ଗ୍ରୁଫର ସମ୍ପତି ମଧ୍ୟ ବନ୍ଧା ରଖାଯାଇଥିଲା ହେଲେ ଏହି ଗ୍ରୁଫ୍ ଠିକ ସମୟରେ ଋଣ ପୈଠ କରିପାରିଲା ନାହିଁ । ପୁଲିସର ତଦନ୍ତରେ ଜଣାପଡିଥିଲା ଯେ ପ୍ରତୀପ ଚୌଧୁରୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୧୭ ମସିହାରେ ଆଲକେମିଷ୍ଟ ଆସିଟ୍ କମ୍ପାନୀକୁ ବିକ୍ରି କରିଥିଲେ ।

ଋଣ ନେବା ବଦଳରେ ଗୋଦାବନ ଗ୍ରୁପ ପକ୍ଷରୁ ସମ୍ପତ୍ତିକୁ ବନ୍ଧକ ରଖାଯାଇଥିଲା ପ୍ରତୀପ ଚୌଧୁରୀ ୨୦୦ କୋଟି ଟଙ୍କାର ସମ୍ପତ୍ତି ୨୫ ​​କୋଟିରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା । ଏହି ସମ୍ପତ୍ତି ଗୋଦାବନ ଗ୍ରୁପର ଥିଲା । ଗୋଦାବନ ଗ୍ରୁପର ଅଭିଯୋଗ ମୁତାବକ ପ୍ରତୀପ ଚୌଧୁରୀ ଏହି ସମ୍ପତ୍ତିକୁ ବଜାର ମୂଲ୍ୟଠାରୁ କମ୍ ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ କରିଥିଲା । ଋଣ ପୈଠ କରିପାରିଲା ନାହିଁ ।ଏହି କାରଣରୁ ସମ୍ପତ୍ତିକୁ ବ୍ୟାଙ୍କ ଦ୍ୱାରା ଜବତ କରାଯାଇଥିଲା । ପ୍ରତୀପ ଏହି ମାମଲା ସହ ଜଡିତ ଥିବାରୁ ତାଙ୍କୁ ପୋଲିସ ଗିରଫ କରିଥିଲା । ଏବେ ପ୍ରତୀପଙ୍କୁ ପଚରା ଉଚରା ଜାରି ରଖିଛି ପୋଲିସ।

Leave A Reply

Your email address will not be published.