ଟୁଇଟ୍ କରି ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପିଏମ୍‌ ମୋଦୀ

0

ନୂଆଦିଲ୍ଲୀ: ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ଦଳର ନେତାଙ୍କ ଠାରୁ ଆରମ୍ଭ କରି ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କଂଗ୍ରେସ ନେତାଙ୍କୁ ତାଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସୋନିଆ ଗାନ୍ଧୀଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି।

 

ସୋନିଆ ଗାନ୍ଧୀ ୯ ଡିସେମ୍ବର ୧୯୪୬ରେ ଇଟାଲୀର ଲୁସିଆନାରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ ସେ ରାଜୀବ ଗାନ୍ଧୀଙ୍କୁ ବିଦେଶରେ ପଢୁଥିବା ସମୟରେ ଭେଟିଥିଲେ। ଯାହା ପରେ ଦୁହେଁ ବିବାହ କରିଥିଲେ। ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରଠାରୁ ସୋନିଆ ଗାନ୍ଧୀ କଂଗ୍ରେସ ଦଳର ସବୁଠାରୁ ବଡ ଚେହେରା ଭାବରେ ଉଭା ହୋଇପାରିଛନ୍ତି। ଲଗାତାର ୧୯ ବର୍ଷ ଧରି କଂଗ୍ରେସ ସଭାପତି ପଦବୀରେ ରହିବା ପରେ ଏବେ ସେ ଦଳର ଅନ୍ତରୀଣ ସଭାପତିଙ୍କ ଦାୟିତ୍ୱ ତୁଲାଉଛନ୍ତି।

 

ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ମୁଖ୍ୟ ବିରୋଧୀ ଦଳର ବିଶିଷ୍ଟ ନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ସୋନିଆ ଗାନ୍ଧୀଙ୍କ ଜନ୍ମଦିନର ଶୁଭେଚ୍ଛା। ଭଗବାନ ଆପଣଙ୍କୁ ସୁସ୍ଥ ରଖନ୍ତୁ ଏବଂ ଦୀର୍ଘାୟୁ କରନ୍ତୁ

Leave A Reply

Your email address will not be published.