କମୁଛି ବନ୍ୟା ବଢୁଛି ଦୁର୍ଦ୍ଦଶା

0

ଯାଜପୁର: ବନ୍ୟା କମିବା ପରେ ବଢିଯାଇଛି ଲୋକଙ୍କ ଦୁର୍ଦ୍ଦଶା । ବନ୍ୟା ବିପତ୍ତି ରୁ ଲୋକେ ମୁକୁଳି ଥିବା ବେଳେ ବନ୍ୟା ଜନିତ କ୍ଷୟକ୍ଷତି ଲୋକଙ୍କ ଉପରେ ଦାଉ ସାଜିଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ପ୍ରବାହିତ ହେଉଥିବା ବ୍ରାହ୍ମଣୀ ସମେତ ୩ଟି ପ୍ରମୁଖ ନଦୀରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା । ଏଥିରେ ଜିଲ୍ଲାର କୋରାଇ, ସୁକିନ୍ଦା, ଦାନଗଦୀ, ଯାଜପୁର, ଦଶରଥପୁର, ବିଞ୍ଝାରପୁର, ରସୁଲପୁର, ଧର୍ମଶାଳା ଓ ବରୀ ଆଦି ୧୦ଟି ବ୍ଲକର ୮୩୬ ଟି ଗାଁ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଲୋକଙ୍କ ଘର ଭାଙ୍ଗି ଯାଇଛି। ଖାଦ୍ୟଶସ୍ୟ ଓ ଆସବାସପତ୍ର ସବୁ ବନ୍ୟା ଜଳରେ ଭାସି ଯାଇଛି। ସର୍ବସ୍ୱ ହରାଇ ଲୋକେ ଭୋକ ଉପାସରେ ପଡ଼ି ରହିଛନ୍ତି।

ଚଳିତ ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏକର ଏକର ଜମିରେ ଧାନ ଓ ପନିପରିବା ଚାଷ ଉଜୁଡ଼ି ଯାଇଛି। ହଜାର ହଜାର ହେକ୍ଟର ଚାଷ ଜମିରେ ବାଲିଚର ମାଡି ଯାଇଛି । ହାଡଭଙ୍ଗା ପରିଶ୍ରମ ଓ ହଜାର ହଜାର ଟଙ୍କା ବ୍ୟୟ କରି ଚାଷ କରିଥିବା ଚାଷୀ ମୁଣ୍ଡରେ ଏବେ ଚଡକ ପଡିଛି। ଆଗକୁ ପରିବାର କେମିତି ଚଳିବ, ସେ ନେଇ ଚିନ୍ତା ବଢିଯାଇଛି । ତେଣୁ ଏଭଳି ପରିସ୍ଥିତିରେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି ବନ୍ୟା କ୍ଷତିଗ୍ରସ୍ତ।

Leave A Reply

Your email address will not be published.