ଲାଲକିଲ୍ଲା ହିଂସାକାଣ୍ଡର ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

0

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାରେ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ । ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍‌ । ଜାନୁଆରୀ ୨୬ରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଭିତରେ ସେ ଥିଲା । ୧୫ ଦିନ ହେବ ଫେରାର୍ ଥିଲା । ଦୀପ ସିଦ୍ଧୁ ନାଁରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରିଥିଲା ପୋଲିସ ।

 

ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଦୀପ ସିଦ୍ଧୁକୁ ପଞ୍ଜାବର ଜିକରପୁର ଅଞ୍ଚଳରୁ ଗିରଫ କରିଥିବା ଜଣା ପଡ଼ିଛି । ପୂର୍ବରୁ ଫେରାର୍ ଥିବା ଦୀପ ସିଦ୍ଧୁ ବାରମ୍ବାର ସୋଲିଆଲ୍ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରୁଥିଲା । ଏପରିକି ଏକ ଭିଡିଓରେ ସେ କୌଣସି ଭୁଲ୍ କରି ନଥିବା କହିଥିଲା । ଦୀପ ସିଦ୍ଧୁ ଜଣେ ପଞ୍ଜାବୀ ଅଭିନେତା ।

Leave A Reply

Your email address will not be published.