ଆସିଲା କୋଭିଡ୍ ଗାଇଡଲାଇନ୍, ମାସ୍କ ପିନ୍ଧିବାକୁ ସରକାରଙ୍କ ଗୁରୁତ୍ୱ

0

ଭୁବନେଶ୍ୱର: ଚୀନରେ ବର୍ତ୍ତମାନ କରୋନା ସ୍ଥିତି ବହୁ ଖରାପ ରହିଥିବା ବେଳେ ଏବେ ଠାରୁ ଏହା ସବୁ ଦେଶକୁ ଚିନ୍ତାରେ ପକେଇଛି । ତେବେ ଦେଶରେ ଯେପରି ଏହା ବୃଦ୍ଧି ନପାଏ ତାହାକୁ ନେଇ ଏବେ ଠାରୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରିଥିଲେ । ତେବେ ଆଜି ସମସ୍ତ ରାଜ୍ୟ ସହିତ ମଧ୍ୟ ବୈଠକ କରାଯାଇଥିଲା ।

 

କୋଭିଡ ନିୟମ ପାଇଁ ରାଜ୍ୟରେ ମଧ୍ୟ ସମୀକ୍ଷା ବୈଠକ ବସିଥିଲା । ତେବେ ବୈଠକ ସରିବା ପରେ ଯେଉଁ ନିଷ୍ପତ୍ତି ଆସିଛି ସେଥିରେ ଉଲ୍ଲେଖ କରାଯାଇଛି ଯେ ଟେଷ୍ଟି ପ୍ରକ୍ରିୟା ଜାରି ରହିବ ।ଏହା ସହିତ ହସ୍ପିଟାଲ ବେଡ ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି । ସର୍ବ ସାଧାରଣ ସ୍ଥାନରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି । ଏହା ସହିତ କରୋନାର ଯେଉଁ ଗାଇଡ ଲାଇନ ଥିଲା ଯେପରି ମାସ୍କ ପରିଧାନ କରିବା, ହାତକୁ ଧୋଇବା, ଦୂରତା ପାଳନ କରିବା ପାଇଁ ସୂଚନା ଦିଆଯାଇଛି ।

 

ଏହା ସହିତ ଯେଉଁ ମାନଙ୍କ ଠାରେ ଲକ୍ଷଣ ଦେଖା ଯିବ ତାଙ୍କୁ ଆଇସୋଲେସନରେ ରଖାଯିବ । ଟେଷ୍ଟି କରାଯିବ ଏହାପରେ ଯଦି ସେମାନେ ଆକ୍ରାନ୍ତ ହୋଇଥିବେ ତେବେ ତାଙ୍କର ଟ୍ରାକ୍ରିଙ୍ଗ କରାଯିବ । ସେମାନେ ଯେଉଁମାନଙ୍କ ସହିତ ମିଶିଥିବେ ତାଙ୍କର ଟେଷ୍ଟିଙ୍ଗ କରାଯିବ । ତେବେ ଆଗକୁ ହକି ବିଶ୍ୱ କପ ଥିବାରୁ ଏହା ଉପରେ ଅଧିକ ପ୍ରାଧ୍ୟାନ୍ୟ ଦିଆଯିବ ।

Leave A Reply

Your email address will not be published.