ତଳ ମୁହାଁ କରୋନା ଗ୍ରାଫ

0

ଭୁବନେଶ୍ୱର(୨୮ା୮): ରାଜ୍ୟରୁ ଗୁରୁବାର ୨୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୨୬,୯୨୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ସୂଚନା ମିଳିଛି ।

ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫୧ ଜଣ ଚିହ୍ନଟ ହୋଇଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୪୩ ଜଣ ଶିଶୁ ମଧ୍ୟ ଅଛନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୪, ବଲାଙ୍ଗୀର ଏବଂ କଟକରୁ ୨୨ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୫, ବରଗଡ଼ ୧୦, ଭଦ୍ରକ ୧, ଦେବଗଡ଼ ୨, ଗଜପତି ୩, ଜଗତସିଂହପୁର ୧, ଯାଜପୁର ୮, ଝାରସୁଗୁଡ଼ା ୨, କଳାହାଣ୍ଡି ୮, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨, କେନ୍ଦୁଝର ୬, ମୟୂରଭଞ୍ଜ ୧୨, ନବରଙ୍ଗପୁର ୭, ନୟାଗଡ଼ ୬, ନୂଆପଡ଼ା ୬, ପୁରୀ ୬, ରାୟଗଡ଼ାରୁ ୧୦ ଏବଂ ସମ୍ବଲପୁରରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୭।

Leave A Reply

Your email address will not be published.