ଡ଼ରାଇଲାଣି ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି, ଓଡ଼ିଶାର ସୀମାନ୍ତ ଜିଲ୍ଲାକୁ ଛନକା

0

ଭୁବନେଶ୍ୱର: ଛତିଶଗଡ଼ରେ ପୁଣି ବଢ଼ିଲାଣି ସଂକ୍ରମଣ । ସେଠି ବଢ଼ିବା ପରେ ଓଡ଼ିଶାର ସୀମାନ୍ତ ଜିଲ୍ଲା ପ୍ରତି ଟେନସନ୍ ବଢ଼ିଛି । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ବିଶେଷ କରି ନୂଆପଡା ଜିଲ୍ଲା ଉପରେ ସ୍ୱତନ୍ତ୍ର ଭାବେ ନଜର ରଖଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମହାପାତ୍ର କହିଛନ୍ତି । ସେ କହିଛନ୍ତି, ପୁଣି ଥରେ ଛତିଶଗଡ଼ରେ ସଂକ୍ରମଣ ବଢୁଥିଲେ ବି ପଶ୍ଚିମବଙ୍ଗ ସୀମାରେ ସେମିତି କିଛି ଦରକାର ହୋଇ ନାହିଁ ।

ମୁକାବିଲା ପାଇଁ ସରକାର ସଜାଗ ଅଛନ୍ତି । କୋହଳ କରିବା ପରେ ବି କିଛି ଟା ମୁକାବିଲା ପଦକ୍ଷେପ ରଖିବାକୁ ହେବ । ସବୁ ତଥ୍ୟକୁ ବିଶ୍ଳେଷଣ କରି ସରକାରଙ୍କୁ ରିପୋର୍ଟ ଦିଆଯାଉଛି । ଯଥା ସମୟରେ ସରକାର ଠିକ ପଦକ୍ଷେପ ନେବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ରାଜ୍ୟରେ ବହୁ ଜିଲ୍ଲାରେ ସଂକ୍ରମଣ କମିଥିଲେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । କଟକ, ଭୁବନେଶ୍ୱର, ବାଲେଶ୍ଵର, ମୟୂରଭଞ୍ଜ ଭଳି ଜିଲ୍ଲାରେ ସଂକ୍ରମଣ ଟିକିଏ ଅଧିକ ରହୁଛି । ସେଦିଗରେ ଅଧିକ ପଦକ୍ଷେପ ନେବାକୁ ପଡ଼ିବ ।

ଵିଶେଷ କରି ଭୁବନେଶ୍ୱର ଓ କଟକର ସଂକ୍ରମଣ କେମିତି କମିବ ସେଥିପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯିବ । ସଂକ୍ରମଣ ବଢିବାର ମୁଖ୍ୟ କାରଣ ହେଉଛି ବାହାର ଲୋକଙ୍କ ଯାତାୟାତ ଓ କିଛି ସ୍ଥାନରେ ଲୋକଙ୍କ ଭିଡ଼ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

Leave A Reply

Your email address will not be published.