ଅନୁଗୁଳରେ ହାତୀ ଆକ୍ରମଣ; ଜଣେ ମୃତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜାତୀୟ ରାଜପଥ କଡରେ ଥିବା ମୂଷାପାପୁଲି ଗାଁରେ ହାତୀ ଆକ୍ରମଣ। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ସୂଚନା ।

ମୃତକ ଜଣଙ୍କ ହେଉଛନ୍ତି ସେହି ଗାଁର ପାଣ୍ଡବ ସାହୁ । ସୂଚନୁସାରେ, ରାତିରେ ବଡ଼କେରଜାଙ୍ଗ ପଟରୁ କିଛି ହାତୀ ଗାଁ ମୁଣ୍ଡକୁ ଆସିଥିଲେ ।

ମୃତ ପାଣ୍ଡବ ଆଜି ଭୋର ସମୟରେ ବିଲକୁ କାମ କରିବାକୁ ଯାଉଥିଲେ । ତେବେ ବାଟରେ ହାତୀ ଥିବା କଥା ସେ ଜାଣି ପାରି ନଥିଲେ । ହାତୀ ହାବୁଡ଼ରେ ପାଣ୍ଡବ ପଡି ଯାଇଥିଲେ । ହାତୀ ତା’ ଶୁଣ୍ଢରେ କଚାଡି ପାଣ୍ଡବଙ୍କୁ ଟେକି କଚାଡି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପାଣ୍ଡବଙ୍କ ମୃତ୍ୟୁ ହୋଇଥିବା ସୂଚନା । ଖବର ପାଇ ବନ ବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ହାତୀ କାବୁ କରିବାକୁ ପ୍ରଚେଷ୍ଟା ଜାରି ରଖିଛି।

Leave A Reply

Your email address will not be published.