ପ୍ରଚଣ୍ଡ ତାତି ସହ କାଳବୈଶାଖୀ: ୯ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି

0

ଭୁବନେଶ୍ୱର:  ରାଜ୍ୟ ତମାମ ପ୍ରଚଣ୍ଡ ତାତି ଜାରି ରହିଛି । ଆଗକୁ ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ କନ୍ଧମାଳ ସମେତ ଦକ୍ଷିଣ ଉପକୂଳ ଓଡିଶାର କିଛି ସ୍ଥାନରେ ୨୦ ତାରିଖ ଯାଏ ଘଡଘଡି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୯ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

ଶନିବାର ସୋନପୁର ଜିଲ୍ଲାରେ ସର୍ବାଧିକ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏହାସମେତ ଆହୁରି ୧୫ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ବଲାଙ୍ଗୀରର ତାପମାତ୍ରା ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ରହିଛି । ଏଠାରେ ତାପମାତ୍ରା ୪୩ଡିଗ୍ରୀ ରହିଛି ।

ଅନୁଗୁଳରେ ୪୨.୭, ଝାରସୁଗୁଡ଼ାରେ ୪୨.୬, ସୁନ୍ଦରଗଡ଼ରେ ୪୨.୫, ବୌଦ୍ଧରେ ୪୨.୫, ସମ୍ବଲପୁରରେ ୪୨.୨, ବାରିପଦାରେ ୪୧.୮, ପାରଳାଖେମୁଣ୍ଡିରେ ୪୧.୫, ଟିଟିଲାଗଡ଼ରେ ୪୧.୫, ଭବାନୀପାଟଣାରେ ୪୧.୨, ତାଳଚେରରେ ୪୦.୪, ହୀରାକୁଦରେ ୪୦.୩, କେନ୍ଦୁଝରରେ ୪୦.୧ ଓ ନୟାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.