ଜାଣନ୍ତୁ କେଉଁଠି ମିଳୁଛି ୨୨ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ ବଡା ପାଓ

0

ଭୁବନେଶ୍ୱର: ମୁମ୍ବାଇର ବଡା ପାଓ (ପାଉଁରୁଟି, ଆଳୁଚପ୍‌) କେବଳ ଭରତ ନୁହେଁ ବରଂ ସାରା ବିଶ୍ୱରେ ବେଶ ପରିଚିତ । ତେବେ ନିକଟରେ ଦୁବାଇରେ ବଡା ପାଓର ଏକ ଅପଗ୍ରେଡ୍ ଭର୍ସନ୍ ସାମ୍ନାକୁ ଆସିଛି । ଗୋଲ୍ଡେନ୍ ବିରିଆନୀ ଓ ବର୍ଗର୍ ପରେ ଏବେ ୨୨ କ୍ୟାରେଟ୍ ଗୋଲ୍ଡେନ୍ ବଡା ପାଓ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଦୁବାଇର କରାମା ସ୍ଥିତ ଓ ପାଓ ରେଷ୍ଟୁରାଣ୍ଟ ପ୍ରସ୍ତୁତ କରିଛି ୨୨ କ୍ୟାରେଟ୍ ଗୋଲ୍ଡ ପ୍ଲେଟେଡ୍ ବଡା ପାଓ । ଯାହାର ଆନୁମାନିକ ଭାରତୀୟ ମୂଲ୍ୟ ୨ ହଜାର ଟଙ୍କା ରହିଛି । ଏକ କାଠ ବାକ୍ସରେ ନାଇଟ୍ରୋଜେନ୍ ଗ୍ୟାସ ସହିତ ସ୍ୱତନ୍ତ୍ର ସୁନାର ବଡା ପାଓକୁ ଗ୍ରାହକଙ୍କୁ ଦିଆଯାଇଥାଏ । କମ୍ବୋ ପ୍ୟାକରେ ମିଠା ଆଳୁ ସମେତ ଲେମ୍ବୁ ପାଣି ମଧ୍ୟ ଗ୍ରାହକଙ୍କୁ କମ୍ପ୍ଲିମେଣ୍ଟାରୀ ରୂପେ ମିଳିଥାଏ ।

Leave A Reply

Your email address will not be published.