ବନ୍ୟା ବିତ୍ପାତ।, ୨ ଲକ୍ଷ ଲୋକ ପ୍ରଭାବିତ

0

ଯାଜପୁର : ଯାଜପୁରରେ ବନ୍ୟା ବିତ୍ପାତ। ଜିଲ୍ଲାର ୧୦ ଟି ବ୍ଲକର ୨ଲକ୍ଷରୁ ଅଧିକ ଲୋକ ପ୍ରଭାଵିତ ହୋଇଛନ୍ତି। ବିଶେଷକରି ଯାଜପୁର, ବିଂଝାରପୁର, ଦଶରଥପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା, ବଡ଼ଚଣା ବ୍ଲକ ଗୁଡିକ ଅଧିକ ପ୍ରଭାବିତ ହୋଇଛି। ଗତକାଲି ରାତିରୁ ବୈତରଣୀର ଜଳ ସ୍ତର ଧୀରେ ଧୀରେ କମିଥିବା ବେଳେ ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଉଭୟ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଉଭୟ ନଦୀ ଯୋଗୁଁ ଜିଲ୍ଲାର ୧୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ଯାଜପୁର ବ୍ଲକ ପଣସା ପଂଚାୟତରେ କାନ୍ଥ ପଡି ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଓଡ୍ରାଫ, ଏନଣ୍ଡିଆରଏଫ ଏବଂ ଦମକଳ ବାହିନୀ ଉପସ୍ଥିତ ରହି ବନ୍ୟାର ମୁକାବିଲା କରୁଛନ୍ତି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବନ୍ୟା ପରିସ୍ଥିତି ନେଇ ଘନ ଘନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଇଛି ।

Leave A Reply

Your email address will not be published.