୫ ପ୍ରତିଶତ ତଳେ ସଂକ୍ରମଣ ରହିଲେ କୋହଳ ହେବ କଟକଣା

0

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା କମୁଥିବା ବେଳେ, ଏବେ ୪.୧୪ ପ୍ରତିଶତକୁ ଖସିଛି ପଜିଟିଭିଟି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିମୟ ଅନୁସାରେ ୫ ପ୍ରତିଶତ ତଳକୁ ସଂକ୍ରମଣ ହାର କମିଲେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୁଏ । ସେହି ନିୟମ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ଅନ୍‌ଲକ୍ କରିପାରନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

 

ମହାମାରୀର ଭୟ ଭିତରେ ରାଜ୍ୟରେ ସଂକ୍ରମିତ ସଂଖ୍ୟା କମିବା ଖୁସିର କଥା । କିନ୍ତୁ ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ ଜାରି ରହିବା ଉଚିତ । ହେଲେ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ପାର୍କ ଖୋଲିବା ଦରକାର । ବ୍ୟାୟାମ ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଏହାସହ ଜନଗହଳିପୂର୍ଣ୍ଣ କାର୍ଯ୍ୟକ୍ରମ ପୂର୍ବ ପରି ବନ୍ଦ ରଖିବା ଆବଶ୍ୟକ । ଯଦି କରୋନା କଟକଣାକୁ ବେଖାତିର କରିବା, ତେବେ ରାଜ୍ୟରେ ପୁଣି ଆକ୍ରାନ୍ତ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର

Leave A Reply

Your email address will not be published.