ସୈଫିନାଙ୍କ ଘରେ ତୈମୁର ପରେ ଜାହାଙ୍ଗୀର….

0

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲୀ ଖାଁ କରୀନା କାପୁରଙ୍କ ଦ୍ୱିତୀୟ ସନ୍ତାନଙ୍କ ନାମକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୈଫିନା ସେମାନଙ୍କ ଦ୍ୱିତୀୟ ସନ୍ତାନର ନାମ ଜାହାଙ୍ଗୀର ରଖିଛନ୍ତି । ପ୍ରଥମ ସନ୍ତାନର ନାମ ତୈମୁର ରଖିବା ବେଳେ ଅନେକ ଏଥିନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । କାରଣ ଏହି କ୍ରୁର ଶାସକ ଭାରତର ଅନେକ କ୍ଷତି କରିଥିଲେ । ଏହା ପରେ ଏବେ ଦ୍ୱିତୀୟ ସନ୍ତାନର ନାମ ଜାହାଙ୍ଗୀର ରଖିବା ପରେ ବିବାଦ କେଉଁ ରୂପ ନେଉଛି ଦେଖିବା କଥା ।

 

ତେବେ ବିଧିବଦ୍ଧ ଭାବେ ସୈଫିନା ଏ ନେଇ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । କରୀନା ତାଙ୍କ ପୁସ୍ତକ କରୀନା କାପୁର ଖାନ୍ସ ପ୍ରେଗେନ୍ସି ବାଇବେଲରେ ନିଜ ପୁଅର ଫଟୋ ତଳେ ଜାହାଙ୍ଗୀର ଲେଖିଛନ୍ତି । ଏହାକୁ ନେଇ କଳ୍ପନା ଜଳ୍ପନା ଚାଲିଛି ।

Leave A Reply

Your email address will not be published.