ଆଫଗାନିସ୍ତାନ ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଜୋ ବିଡେନ: କହିଲେ, ସେ କାହାରିକୁ ବିଶ୍ବାସକୁ ନେଉନାହାନ୍ତି

0

ଆଫଗାନିସ୍ତାନ : ଆଫଗାନିସ୍ତାନ ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ । କହିଛନ୍ତି, ସେ ତାଲିବାନ ବା ଅନ୍ୟ କାହାରିକୁ ବିଶ୍ବାସକୁ ନେଉନାହାନ୍ତି । ଚଳିତ ମାସ ଶେଷ ସୁଦ୍ଧା ଆଫଗାନିସ୍ତାନରେ ଫସିଥିବା ଲୋକଙ୍କ ଉଦ୍ଧାର ପ୍ରକ୍ରିୟା ଶେଷ ହେବ । ସେଠାରେ ଲୋକଙ୍କ ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରୁଛି ଏବଂ ଉଦ୍ଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବ । ଯଦି ତାଲିବାନ ବିରୋଧରେ କଟକଣା ଜାରି କରାଯାଏ, ତେବେ ପରିସ୍ଥିତିକୁ ବିଚାରକୁ ନେଇ ଆମେରିକା ଏହି କଟକଣାକୁ ସମର୍ଥନ କରିବ ବୋଲି କହିଛନ୍ତି ବିଡେନ ।

 

ଆମେରିକା ଓ ତାଲିବାନ ସହ ଆଲୋଚନା ଜାରି ରହିଛି ଏବଂ ଏହି ସମୟ ସୀମା ବୃଦ୍ଧି କରାଯାଇପାରିବ ନାହିଁ । ହ୍ବାଇଟ ହାଉସରୁ ଭାଷଣ ଦେଇ ବିଡେନ କହିଛନ୍ତି ଯେ, ଏହି ଦୁର୍ବଳ ମୁହୂର୍ତ୍ତର ସୁଯୋଗ ନେଇ ଆତଙ୍କବାଦୀମାନେ ନିରୀହ ଆଫଗାନ ବା ଆମେରିକୀୟ ସୈନ୍ୟଙ୍କୁ ଟାର୍ଗେଟ କରିପାରନ୍ତି । ସେଥିପ୍ରତି ସଜାଗ ଦୃଷ୍ଟି ରଖାଯାଇଛି । ଆଇଏସଆଇଏସ ସଙ୍ଗଠନ ଓ ଆଫଗାନିସ୍ତାନ ସହ ସମ୍ପର୍କରେ ଥିବା ଆଇଏସଆଇଏସ-K ସଙ୍ଗଠନର ସମ୍ଭାବ୍ୟ ଆତଙ୍କବାଦୀ ହମଲା ପ୍ରତି ସତର୍କ ଦୃଷ୍ଟି ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୧ ହଜାରରୁ ଅଧିକ ଲୋକଙ୍କୁ ଏୟାରଲିଫ୍ଟ କରାଗଲାଣି । ବିଭିନ୍ନ ଆମେରିକୀୟ ବାୟୁସେନା ବିମାନ ସି-୧୭ ଓ ସି-୧୩୦ ଜରିଆରେ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.