ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

0

ଭୁବନେଶ୍ୱର:  ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏଥିରେ ୧୧ ଜିଲ୍ଲାର ଏସ୍‌ପିଙ୍କର ବଦଳି ହୋଇଛି।

ପଦୋନ୍ନତି ପାଇଥିବା ଅଖିଳେଶ୍ୱର ସିଂହଙ୍କୁ SAP ଡିଆଇଜି ଭାବେ ନୂଆ ଦାୟିତ୍ୱ ମିଳିଛି। ବ୍ରିଜେଶ କୁମାର ରାୟ ଅନୁଗୋଳ ରେଂଜ ଡିଆଇଜି ହୋଇଛନ୍ତି।ଚରଣ ସିଂ ମିନା ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି।

ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୋଳ ଏସ୍‌ପି ଭାବେ ନିଯୁକ୍ତି ମିଳିଥିବା ବେଳେ ରାହୁଲ ପି.ଆର୍ ଜଗତସିଂହପୁର ଏସ୍‌ପି, ଜଗମୋହନ ମିନା ଗଂଜାମ ଏସ୍‌ପି,

ଏଲ୍. ଦିବ୍ୟା ଭିଜିଲାନ୍ସ ଏସ୍‌ପି, ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ଼ ଏସ୍‌ପି, ସାଗରିକା ନାଥ ବାଲେଶ୍ୱର ଏସ୍‌ପି, ବିନିତ ଅଗ୍ରୱାଲ ଯାଜପୁର ଏସ୍‌ପି, ବରୁଣ ଗୁଣ୍ଟୁପାଲି ଭଦ୍ରକ ଏସ୍‌ପି, ଗୁଣ୍ଡଲା ରେଡ୍ଡୀ ନୂଆପଡ଼ା ଏସ୍‌ପି, ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସ୍‌ପି, ଅଭିନବ ସୋନକାର କୋରାପୁଟ ଏସ୍‌ପି ଓ ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି।

Leave A Reply

Your email address will not be published.