ମିଳିଲାନି ବେଲ୍, ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ

0

ମୁମ୍ୱାଇ: ରିୟା ଚକ୍ରବର୍ତ୍ତୀଙ୍କ ଝଟକା । ବେଲ୍ ଆବେଦନକୁ ଖାରଜ କଲେ ମୁମ୍ୱାଇ ସେସନ୍ସ କୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ । ତାଙ୍କ ନାଁରେ ନିଶା ଦ୍ରବ୍ୟ କିଣା ବିକା ଓ ସେବନ କରିବା ଅଭିଯୋଗ ରହିଥିଲା । ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ରିୟା ଏବେ ମୁମ୍ୱାଇ ବାଇକୁଲା ଜେଲରେ ୧୪ ଦିନିଆ ବିଚାରବିଭାଗୀୟ ହାଜତରେ ଅଛନ୍ତି ।

ଡ୍ରଗ୍ସ ଲିଙ୍କ ଅଭିଯୋଗରେ ରିୟାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ୍ ମିରାଣ୍ଡା, ଦୀପେଶ ସାଓ୍ୱନ୍ତ ବି ଗିରଫ ହୋଇଥିଲେ । ସମସ୍ତଙ୍କୁ ମୁହାଁମୁହିଁ ଜେରା କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ସମସ୍ତଙ୍କର ଜାମିନ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି । ରିୟା ଏବେ ହାଇକୋର୍ଟ କିମ୍ୱା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ପାରନ୍ତି ।

Leave A Reply

Your email address will not be published.