ନବରଙ୍ଗପୁରରେ ୩୦ ଟିକିଆ ହାତୀପଲ ଆତଙ୍କ : ନଷ୍ଟ କଲେ ଫସଲ ,ଭାଙ୍ଗିଲେ ଘରଦ୍ୱାର

0

ନବରଙ୍ଗପୁର : ନବରଙ୍ଗପୁରରେ ଆତଙ୍କ ଖେଲାଉଛନ୍ତି ହାତୀ । ନବରଙ୍ଗପୁର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ଅଞ୍ଚଳରେ ହାତୀ ଆତଙ୍କ । କାଣ୍ଡିତରାର ଛାପର ଅଞ୍ଚଳରେ ଗତାକାଲି ବିଳମ୍ବିତ ରାତିରେ ଛତିଶଗଡ ସାଲେଭାଟା ଜଙ୍ଗଲରୁ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ହାତୀ ପଲ୍ଲ ଗାଁ ଭିତରକୁ ପଶି ଆସିଥିଲେ ।

 

ହାତୀମାନେ ଛାପର ଅଞ୍ଚଳରେ ତାଣ୍ଡବ ରଚିବା ସହ ଅମଳ ହୋଇଥିବା ଧାନ ଫସଲ ସମେତ ବାଡିରେ ଥିବା ପନିପରିବା କଦଳୀ ଗଛ ଆଦି ନଷ୍ଟ କରି ଫେରିଯାଇଥିଲେ । ଜଙ୍ଗଲ ଜମିରେ ଦୀର୍ଘ ୧୫ ବର୍ଷ ଧରି ରହି ଆସୁଥିବା କିଛି ଖପର ଘର ଓ କଦଳୀ ବାଡ଼ ହାତୀପଲ ପଶି ଭାଙ୍ଗି ନଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ହାତୀପଲ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି ।

 

ଖବର ପାଇ ରାଇଘର ବନବିଭାଗର ଏକ ଟିମ୍ ଆଜି ସକାଳୁ ହାତୀଗାଁ ସଂରକ୍ଷିତ ଜଙ୍ଗଲର କାଣ୍ଡେତରା ଓ ଛାପର୍ ଅଂଚଳକୁ ଯାଇ ହାତୀପଲ କ୍ଷୟକ୍ଷତି ର ଆକଳନ କରିବା ସହିତ ଜଙ୍ଗଲ ମଧ୍ୟରେ ସମାନଙ୍କ ଗତିବିଧି ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ସୁଦ୍ଧା ହାତୀପଲ ଓଡିଶା ସୀମାନ୍ତ ଜଙ୍ଗଲରେ ମଧ୍ୟରେ ରହିଥିବା ବେଳେ ଅଂଚଳବାସୀ ଏବେ ଭୟଭୀତ ଥିବା ଦେଖିବାକୁ ମିଳିଛି।

 

ଜଙ୍ଗଲ ହ୍ରାସ ପାଇବା ସହିତ ବନ୍ୟପ୍ରାଣୀଙ୍କ ଖାଦ୍ୟ ଅଭାବ ଯୋଗୁଁ ଏଭଳି ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ଏବେ ଗା ମୁହାଁ ହେଉଥିବା ଦେଖିବାକୁ ମିଳୁଛି । ରାଇଘର ସୀମାନ୍ତ ଜଙ୍ଗଲ ଅଂଚଳରେ ରହୁଥିବା ଲୋକେ ଆଗକୁ ପ୍ରାୟ ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବେ ବୋଲି ବନ ବିଭାଗ ଓ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

 

ଏହି ସମ୍ପର୍କରେ ACF ଧନୁର୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି । ହାତୀ ରାତ୍ରୀରେ ଆସି ସକାଳୁ ଫେରି ଯାଉଛନ୍ତି। ବିଭାଗ ତରଫରୁ ଏକ ତିରିଶ ଜଣିଆ ଟିମ ଗଠନ ଛତିଶଗଡ ବନ ବିଭାଗ ସହ ମିଳିତ ଭାବେ ପହରା ଦିଆଯାଇ ହାତୀ ପଲ ର ଚଳପ୍ରଚଳ ଊପରେ ନଜର ରଖାଯାଇଛି।

Leave A Reply

Your email address will not be published.