ରାଜସ୍ଥାନର ୮ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ସର୍ବସାଧାରଣ ସଭା ବନ୍ଦ

0

ଜୟପୁର: ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରେ ପୁଣି କରୋନା କଟକଣାକୁ ଅଧିକ କଡ଼ାକଡ଼ି କରାଗଲାଣି । ଅଧିକ ସଂକ୍ରମିତ ମଧ୍ୟପ୍ରଦେଶ ଓ ଗୁଜରାଟର କିଛି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲଗାଯିବା ପରେ ରାଜସ୍ଥାନର ୮ ସହରରେ ଲାଗିବ ନାଇଟ୍ କର୍ଫ୍ୟୁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ବସିଥିବା ମନ୍ତ୍ରୀ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି ।

କରୋନା ପ୍ରଭାବିତ ରାଜସ୍ଥାନର ୮ଟି ଜିଲ୍ଲା ଜୟପୁର, ଜୋଧପୁର, କୋଟା, ବିକାନେର, ଉଦୟପୁର, ଆଜମେର, ଅଲବର, ଭିଲୱାଡ଼ାରେ ରାତି ୮ଟାରୁ ସକାଳ ୬ଟା ଯାଏ ଲାଗିବ ନାଇଟ୍ କର୍ଫ୍ୟୁ । ଏହି ସବୁ ଜିଲ୍ଲାରେ ରାତି ୭ଟା ଯାଏ ଖୋଲା ରହିବ ଦୋକାନବଜାର ।

ସେହିପରି ବିବାହ ସମାରୋହ ଏବଂ ସାମାଜିକ, ଧାର୍ମିକ ଓ ରାଜନୈତିକ କାର୍ୟ୍ୟକ୍ରମ ଉପରେ ଲାଗୁ ହେବ କଟକଣା । ଶହେରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ । ବିବାହ ଉତ୍ସବରେ ୫୦ ଲୋକ ଏକାଠି ହୋଇପାରିବେ । ମାସ୍କ ନ ପିନ୍ଧିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଜରିମାନାକୁ ୨୦୦ ଟଙ୍କାରୁ ୫୦୦କୁ ବୃଦ୍ଧି କରିଛନ୍ତି ରାଜସ୍ଥାନ ସରକାର ।

Leave A Reply

Your email address will not be published.