ଓଙ୍କାର ଟିଭି ଚେୟାରମ୍ୟାନଙ୍କ ଦେହାନ୍ତ

0

କେନ୍ଦ୍ରାପଡା : ଏଲଆଇସି ମୁଖ୍ୟ ମାର୍ଗଦର୍ଶକ ଅର୍ଥାତ ତୁଳସୀକ୍ଷେତ୍ର ସାପ୍ତାହିକ ଖବରକାଗଜର କାର୍ଯ୍ୟ ନିର୍ବାହୀ ସମ୍ପାଦକ, ଓଁକାର ଟିଭି ଚେୟାରମ୍ୟାନ , କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ପୂଜକ ତଥା କେନ୍ଦ୍ରାପଡା କ୍ରେଡିଟ କୋଅପ୍ରେଟିଭି ସୋସାଇଟିର ମୁଖ୍ୟ ଜୀବନ ବୀମା ପରାମର୍ଶଦାତା କମଳକାନ୍ତ ସୁଆରଙ୍କ କରୋନାରେ ପରଲୋକ । ତାଙ୍କୁ ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ସେ ଗତ କିଛି ଦିନ ହେବ ଜ୍ୱରରେ ପୀଡିତ ହେବା ସହ ଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। କରୋନା ପରୀକ୍ଷା କରିବାରୁ ଗତକାଲି ସେ କରୋନା ପଜେଟିଭି ଥିବା ଚିହ୍ନଟ ହୋଇଥିଲେ। ତାଙ୍କୁ ତୁରନ୍ତ କୋଭିଡ ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ତାଙ୍କର ଆଜି ପ୍ରାୟ ପୂର୍ବାହ୍ନ ୧୧ଟା ସମୟରେ ଦେହାନ୍ତ ହୋଇଥିଲା। ଏକ ଚିତ୍ତରେ କହିବାକୁ ଗଲେ ସେ ଜଣେ ସମାଜସେବୀ, ପରଉପକାରୀ, ମିଷ୍ଟ ଭାଷୀ ,ସ୍ନେହୀ, ମେଳାପୀ ମଣିଷ ଥିଲେ। କରୋନା ଲକଡାଉନ ସମୟରେ ପ୍ରାୟ ୩ ମାସ ସିଡିଏ ଅଞ୍ଚଳରେ ପ୍ରତ୍ୟେକ ଦିନ ୨ ଓଳା ବୁଲା କୁକୁର,ଗାଈ ଗୋରୁଙ୍କୁ ରୋଷେଇ କରି ଖାଇବା ଯୋଗାଉ ଥିଲେ। କେନ୍ଦ୍ରାପଡା ବଡ଼ମଙ୍ଗଳା ଚକଡ଼ା ଗ୍ରାମ ନିବାସୀ ଅଞ୍ଚଳରେ ସ୍ବର୍ଗତ ସୁଆର (କାବୁ ନାନା) ସମଗ୍ର ଅଞ୍ଚଳରେ ଗରିବ ପିଲାମାନଙ୍କୁ ପାଠ ପଢାରେ ହେଉ କିମ୍ବା ଗରିବ ଲୋକମାନଙ୍କ ରୋଗ ବ୍ୟାଧି ଔଷଧ ଦେବାରେ କେବେବି ସାହାଯ୍ୟ କରିବାରେ ହେଳା କରୁ ନ ଥିଲେ କହିବାକୁ ଗଲେ ସେ ଜଣେ ଦରଦି ବନ୍ଧୁ ଭାବେ ପରିଚିତ ଥିଲେ। ଏହିଭଳି ମଣିଷର ଅକାଳ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ତଥା କଟକ ସିଡିଏ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି।

Leave A Reply

Your email address will not be published.