ଓଟିଇଟି ଉତ୍ତର ସିଟ୍‌ ଭାଇରାଲ

0

ମାଲକାନଗିରି(୨୯ା୮): ସାରା ରାଜ୍ୟରେ ସୋମବାର ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ହେଇଥିବା ସମୟରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ୩ଟି ସେଣ୍ଟର୍‌ରେ ପରୀକ୍ଷା ହେଉଛି। ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ୍‌ ଭାଇରାଲ ହୋଇଛି। ଏହି ଓଟିଇଟି ପରୀକ୍ଷା ପାଇଁ ଶିକ୍ଷକମାନେ ୫୦୦୦ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଭାଇରାଲ ହେଉଥିବା ଉତ୍ତର ସିଟ୍‌ ପ୍ରଶ୍ନ ସିଟ୍‌ ସହ ମିଶିଯାଉଛି। ତେବେ କିଛି ପରୀକ୍ଷାର୍ଥୀ ପାଇଁ ବର୍ତ୍ତମାନ ସମସ୍ତ ପରୀକ୍ଷାର୍ଥୀ ଚିନ୍ତାରେ ଅଛନ୍ତି । ତେବେ ଏ ସମ୍ପର୍କରେ ମାଲକାନଗିରି ଡିଇଓଙ୍କୁ ପଚାରିବାରୁ ସେ ଏନେଇ ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି।

 

Leave A Reply

Your email address will not be published.