ପାକିସ୍ତାନୀ ହିନ୍ଦୁଙ୍କୁ ମିଳିଲା ଭାରତୀୟ ନାଗରିକତ୍ୱ

0

ରାଜକୋଟ(୧୨।୮): ଦୀର୍ଘମିଆଦୀ ଭିଜା ବଳରେ ଗୁଜରାଟର ରାଜକୋଟରେ ରହୁଥିବା ୨୪ ଜଣ ପାକିସ୍ତାନୀ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଗ୍‌ଭି ଶୁକ୍ରବାର ସେମାନଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ସାଙ୍ଗ୍‌ଭି ଉଦ୍‌ବୋଧନ ଦେଇ ସେମାନଙ୍କୁ ଭାରତର ଭାଇ ଭଉଣୀ ବୋଲି ସମ୍ବୋଧନ କରି ଅନ୍ୟମାନଙ୍କ ଭଳି ଦେଶର ବିକାଶ ଧାରାରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ସେମାନଙ୍କ ଅଭିବୃଦ୍ଧି ଓ ପ୍ରଗତିରେ ସରକାର ସହଯୋଗ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.