ପାରା ଅଲିମ୍ପିକ୍ସ: ତୀରନ୍ଦାଜରେ ହରବିନ୍ଦର ଜିତିଲେ ବ୍ରୋଞ୍ଜ

0

ଟୋକିଓ: ଚଳିତ ପାରା ଅଲିମ୍ପିକ୍ସରେ ଶୁକ୍ରବାର ଭାରତର ତୀରନ୍ଦାଜ ହରବିନ୍ଦର ସିଂ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଦକ୍ଷିଣ କୋରିଆର କିମ ମିନ ସୁଙ୍କ ସହ ତାଙ୍କ ପ୍ରତିଦ୍ୱନ୍ଦ୍ୱିତା ରୋମାଂଚକର ହୋଇଥିଲା । ରିକର୍ଭ ବ୍ୟକ୍ତିଗତ ଇଭେଂଟ ଶୁଟ ଅଫରେ ହରବିନ୍ଦର ୧୦ ପଂଏଟ ହାସଲ କରିଥିବା ବେଳେ କିମ ୮ ପଂଏଟ ହାତେଇବାକୁ ସକ୍ଷମ ହୋଇଥିଲେ ।

 

ପୂର୍ବରୁ ସେମି ଫାଇନାଲରେ ସେ ଆମେରିକାର କେଭିନ ମାଥେରଙ୍କ ନିକଟରୁ ୪-୬ରେ ହାରି ଯାଇଥିଲେ । ଏଥିସହ ଭାରତର ପଦକ ସଂଖ୍ୟା ୧୩ରେ ପଂହଚିଛି । ଏଥିରେ ୨ ସ୍ୱର୍ଣ୍ଣ, ୬ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ସାମିଲ । ପ୍ରଥମ ସେଟକୁ ହରବିନ୍ଦର ୨୬-୨୪ରେ ଜିତିଥିଲେ । ଦ୍ୱିତୀୟ ସେଟରେ ଲିନ ୨୯-୨୭ରେ ଆଗୁଆ ରହିଥିଲେ । ତେବେ ଶୁଟଅଫରେ ବାଜି ମାରିଥିଲେ ହରବିନ୍ଦର ।

Leave A Reply

Your email address will not be published.