ସ୍ୱାଧୀନତା ସଂଗ୍ରାମୀ ଲାଲା ଲଜପତ ରାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପିଏମ୍‌ ମୋଦୀ

0

ନୂଆଦିଲ୍ଲୀ: ଗୁରୁବାର ଦିନ ଲାଲା ଲଜପତ ରାୟଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନକୁ ମନେ ପକାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଭୁଲିପାରିବ ନାହିଁ ଏବଂ ଏହା ସବୁ ପିଢିର ଲୋକଙ୍କୁ ପ୍ରେରଣା ଯୋଗାଇବ। ୧୮୬୫ ମସିହାରେ ପଞ୍ଜାବରେ ଜନ୍ମ ହୋଇଥିବା ଲାଲା ଲଜପତ ରାୟ ମଧ୍ୟ ‘ପଞ୍ଜାବ କେସାରି’ ଭାବରେ ବିଖ୍ୟାତ ହୋଇଥିଲେ।

 

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ‘ମୁଁ ମହାନ ଲାଲା ଲଜପତ ରାୟ ଜୀଙ୍କର ଜନ୍ମ ବାର୍ଷିକୀରେ ତାଙ୍କୁ ସ୍ମରଣ କରୁଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଭୁଲିପାରିବ ନାହିଁ ଏବଂ ଲୋକମାନେ ଏଥିରୁ ଅନୁପ୍ରାଣିତ ହେବେ।

Leave A Reply

Your email address will not be published.