ଭୁବନେଶ୍ୱରରେ ସାଇବର କମ୍ପ୍ଲେକ୍ସର ଉଦଘାଟନ କଲେ ପୋଲିସ ଡିଜି

0

ଭୁବନେଶ୍ୱର: ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ । ପୋଲିସ ଡିଜି ଅଭୟ ଏହାର ଉଦଘାଟନ କରିଛନ୍ତି । ଏଠାରେ ସାଇବର କ୍ରାଇମର ତଦନ୍ତ ପାଇଁ ପ୍ରଶିକ୍ଷଣ ଦିଆଯିବ । ଦୁଇ ଶହ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏଠାରେ ଟ୍ରେନିଂ ଦିଆଯିବ ।

ଦିନକୁ ଦିନ ସାଇବର କ୍ରାଇମ ବଢୁଛି । ଏହାର ମୁକାବିଲା ପାଇଁ ନୂଆ ଟେକନୋଲୋଜି ବ୍ୟବହାର କରାଯିବ । ଆସନ୍ତା ୬ ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍‌ କାମ କରିବ ।

ଏବେ ରାଜ୍ୟରେ ୪ଟି ସାଇବର କ୍ରାଇମ୍‌ ଥାନା ରହିଛି । ସବୁ ଥାନାରେ ଏସମ୍ପର୍କିତ ମାମଲାର ତଦନ୍ତ କରାଯିବ । ଜଣେ ଲେଖାଏଁ ଅଫିସରଙ୍କୁ ଦିଆଯିବ ଟ୍ରେନିଂ ।

Leave A Reply

Your email address will not be published.