ପୂଜାରା ମାରିଲେ ଶତକ; ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ

0

ଢାକା: ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଉଭୟ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ଶତକ ମାରିଥିବା ବେଳେ ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ।

ଗୁରୁବାର ୮ଟି ୱିକେଟ୍ ହରାଇ ୧୩୩ ରନ୍ କରିଥିବା ବାଂଲାଦେଶ ଶୁକ୍ରବାର ୧୫୦ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଏହା ପରେ ଦ୍ୱିତୀୟ ଇନିଂସ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ। ଓପନିଂ କରିବାକୁ ଆସିଥିଲେ ଅଧିନାୟକ କେ ଏଲ ରାହୁଲ ଓ ଶୁବମନ ଗିଲ୍‌। ତେବେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଅଧିନାୟକ କେ ଏଲ୍ ରାହୁଲ ନିରାଶ କରିଥିଲେ। ପ୍ରଥମ ଇନିଂସ୍‌ରେ ସେ ୨୨ ରନ୍ କରିଥିବା ବେଳେ ଏହି ଇନିଂସରେ ୬୨ଟି ବଲ୍‌ରୁ ମାତ୍ର ୨୩ ରନ୍ କରି ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ଶୁବମନ ଓ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଚେତେଶ୍ୱର ପୂଜାରା ବଢ଼ିଆ ଖେଳିଥିଲେ। ଶୁବମନ ଆଜି ତାଙ୍କର ପ୍ରଥମ ଟେଷ୍ଟ ଶତକ ମାରିଥିଲେ। ସେ ୧୫୨ଟି ବଲ୍‌ରୁ ୧୦ଟି ଚୌକା ଓ ୩ଟି ଛକା ସହାୟତାରେ ୧୧୦ ରନ୍ କରିଥିଲେ। ସେ ଆଉଟ୍ ହେବା ପରେ ପୂଜାରା ଶତକ ହାସଲ କରିଥିଲେ। ପୂଜାରା ୧୩୦ଟି ବଲ୍‌ରୁ ୧୩ଟି ଚୌକା ସହାୟତାରେ ୧୦୨ ରନ୍ କରି ଅପରାଜିତ ରହିଥିଲେ। ଟେଷ୍ଟରେ ଏହା ହେଉଛି ତାଙ୍କର ଦ୍ରୁତତମ ଶତକ। ଏହାକୁ ମିଶାଇ ଟେଷ୍ଟରେ ଏଯାବତ ସେ ୧୯ଟି ଶତକ କଲେଣି। ପ୍ରାୟ ୪ ବର୍ଷ ବ୍ୟବଧାନରେ ପୂଜାରା ଟେଷ୍ଟରେ ଏହି ଶତକ କରିଛନ୍ତି।

ବିରାଟ କୋହଲି ୧୯ ରନ୍ କରି ଅପରାଜିତ ରହିଥିଲେ। ଦଳ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ୍ ହରାଇ ୨୫୮ ରନ୍ କରିଥିବା ବେଳେ ପାଳି ଘୋଷଣା କରିଥିଲା। ଏହା ପରେ ବାଂଲାଦେଶ ଦ୍ୱିତୀୟ ଇନିଂସ ଖେଳୁଛି। ଆଜି ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ କୌଣସି ୱିକେଟ୍ ନହରାଇ ୧୨ ଓଭରରେ ୪୨ ରନ୍ କରିଛି।

ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ ୪୦୪ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୨୫୮ ରନ୍ କରିଛି। ବାଂଲାଦେଶ ପ୍ରଥମ ଇନିଂସରେ ୧୫୦ ରନ୍ କରି ଆଉଟ୍ ହୋଇଯାଇଥିଲା।

ଦ୍ୱିତୀୟ ଇନିଂସରେ ଉଭୟ ଶୁବମନ ଗିଲ୍ ଓ ଚେତେଶ୍ୱର ପୂଜାରା ଶତକ ମାରିଥିବା ବେଳେ ବାଂଲାଦେଶକୁ ୫୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ।

Leave A Reply

Your email address will not be published.