ସାମାନାରେ ରାଉତଙ୍କ ବିବାଦୀୟ ଲେଖା, ରୁଷିଆ ପରି ଭାରତ ଭାଗ ଭାଗ ହୋଇଯିବ

0

ମୁମ୍ବାଇ: ଶିବସେନା ମୁଖପାତ୍ର ସାମାନାରେ ରବିବାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏକ ବିବାଦୀୟ ଲେଖା ଲେଖିଛନ୍ତି । ମୋଦି ସରକାରଙ୍କୁ ଟାର୍ଗେଟ କରି ସେ ଲେଖିଛନ୍ତି ଯଦି ଏ ଭଳି ପରିସ୍ଥିତି ଜାରି ରହେ ତାହାହେଲେ ରୁଷିଆ ପରି ଭାରତ ଭାଗ ଭାଗ ହୋଇଯିବ । ଏହି ଲେଖା ନେଇ ଏବେ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଛି । ସରକାରଙ୍କ ନିକଟରେ ପଇସା ନାହିଁ,ଅଥଚ ରାଜ୍ୟ ସରକାର ଭାଙ୍ଗିବା ପାଇଁ ଏବଂ ନିର୍ବାଚନ ଲଢ଼ିବା ନେଇ ପ୍ରଚୁର ଅର୍ଥ ରହିଛି । ରାଜନୈତିକ ଲାଭ ନେଇ ବେଶି ମୁଣ୍ଡ ଖେଳାଇଲେ ରୁଷିଆ ଭଳି ପରିସ୍ଥିତି ସୃଷ୍ଟି ହେବ ।

 

ସେହିପରି ଚୀନ ସେନାକୁ ପଛକୁ ହଟାଇବା ବଦଳରେ ବ୍ୟବସାୟ ଉପରେ ପ୍ରତିବନ୍ଧ ଲଗାଇ ନାଟକ କଲେ କିଛି ଲାଭ ହେବନି । ରାଉତଙ୍କ ଏହି ଲେଖାକୁ ବିଜେପି ସମାଲୋଚନା କରିବା ସହ ଏହା ଶହୀଦଙ୍କ ଅପମାନ ବୋଲି କହିଛି । ଦେଶ ଭାଙ୍ଗିବା ପାଇଁ ନୁହେଁ ଯୋଡିବା ପାଇଁ ବିଜେପି ଦୃଢ଼ ସଂକଳ୍ପ ନେଇଛି । ଭାରତ ମାତାକୁ ଖଣ୍ଡ ଖଣ୍ଡ କରିବା ସ୍ୱପ୍ନ ଛାଡିଦିଅ ବୋଲି ବିଜେପି ରାଉତଙ୍କୁ କହିଛି । କଂଗ୍ରେସ ଏବଂ ଏନସିପି ଏହି ଘଟଣାରେ କାହିଁକି ଚୁପ୍ ଅଛନ୍ତି ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି ।

Leave A Reply

Your email address will not be published.